Odiapua.com

ନନ୍ଦକିଶୋର ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ)- ବିଶିଷ୍ଟ ଫୁଟବଲ ପ୍ରଶିକ୍ଷକ ନନ୍ଦକିଶୋର ପଟ୍ଟନାୟକଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନନ୍ଦକିଶୋର ବାବୁଙ୍କ କରୋନାଜନିତ ବିୟୋଗ କ୍ରୀଡ଼ା ଯଗତ ପାଇଁ ଏକ ଅପୁରଣୀୟକ୍ଷତି। ସ୍ୱର୍ଗତ ପଟ୍ଟନାୟକ ବହୁ ଜାତୀୟ ଓ ଆର୍ନ୍ତଜାତୀୟ ମହିଳା ଫୁଟବଲ ଖେଳାଳୀ ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ସେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଖେଳାଳି ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟଙ୍କୁ ସେ ମଧ୍ୟ ପ୍ରଶିକ୍ଷଣ ଦେଇଥିଲେ। ସ୍ୱର୍ଗତ ନନ୍ଦକିଶୋର ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।