Odiapua.com

ନନ୍ଦଉତ୍ସବ -୨୦୨୦ ପାଳନ ହେବନି, ନିରାଡମ୍ବରରେ ପୂଜାର୍ଚ୍ଚନା ହେବ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ଯାଦବ ମହାସଭାର ଆସନ୍ତା ନନ୍ଦୋତ୍ସବ ୨୦୨୦ପାଇଁ ର ଏକ ପ୍ରସ୍ତୁତି ବୈଠକ ଚରଂପାସ୍ଥିତ ହାପିହୋମ ସ୍କୁଲ ଠାରେ ଜିଲ୍ଲା ସଭାପତି ଡ. ସୁଧାଂଶୁୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ କୋଭିଡ-୧୯ର ମହାମାରୀକୁ ଆଖିରେ ରଖି ଉକ୍ତ ପରଂପରା ଜନ୍ମାଷ୍ଟମି ନିରାଡମ୍ବରଭାବରେ ପ୍ରତ୍ୟେକ ପରିବାରରେ ପାଳନ କରାଯିବାକୁ ବୈଠକରେ ଆଲୋଚନାରେ ସ୍ଥାନ ପାଇବା ସହିତ ସମସ୍ତ ପରିବାରକୁ ନିବେଦନ କରାଯାଇଥିଲା । ରାଜ୍ୟ ସାଧାରଣ ସଂପାଦକ ଧିରେନ ପଲେଇ କୋଭିଡ ନିୟମାବଳୀକୁ ପାଳନ କରିାଯାଇ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ବୋଲି କହିଥିଲେ । ଜନ୍ମାଷ୍ଟମୀ ଦିନ ଧାମନଗର ଉତ୍କଳଯାଦବ ମହାସଭା ତରଫରୁ ଧାମନଗରଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବାର ରହିଛି ବୋଲି ଧାମନଗରର କାର୍ଯ୍ୟକାରୀ ସଭାପତି ଅନିଲ ବାରିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଭଦ୍ରକ ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ଦିଲ୍ଲିପ ନାୟକ,କୋଷାଧ୍ୟକ୍ଷ ବିଷ୍ମୁ ପଲାଇ,ରାଜ୍ୟ ଯୁବ ସଂପାଦକ ଅମର କୁମାର ନାୟକ,ଜିଲ୍ଲା ଯୁବଯାଦବ ମହାସଭାର ସଭାପତି ସାମ୍ବାଦିକ ରବି ନାରାୟଣ ଖିଲାର.,କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା,ତିହିଡି ବ୍ଲକ ସଭାପତି ହରିଶ ଚନ୍ଦ୍ର ବାରିକ,ବାସୁଦେବପୁର ସଂପାଦକ ଭାଗିରଥି ପଲାଇ,ଭଣ୍ଡାରିପୋଖରୀ ସଭାପତି ଧୃବ ଚରଣ ବାରିକ ବାସୁଦେବପୁର ଯୁବ ନେତା ସୁଶାନ୍ତ ମହାକୁଡ,ବାଣୀକଲ୍ୟାଣ ନାୟକ,ଧାମନଗର ବ୍ଲକ ସଭାପତି ସୁବାସ ଚନ୍ଦ୍ର ବାରିକ ,ସାଧାରଣ ସଂପାଦକ କୁଳମଣି ବେହେରା , ରାଜୁ ଦାସ,ପଦ୍ମନାଭ ନାୟକ, କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ମ ପଲେଇ, କୃଷ୍ମଚନ୍ଦ୍ର ବେହେରା ,ଯୁବ ଉପସଭାପତି ସଂଜୀବ କୁମାର ନାୟକ,ସାଧୁଚରଣ ବାରିକ,ସଂପାଦକ ଚନ୍ତୋଷ କୁମାର ଦାସ,କୋଷାଧ୍ୟକ୍ଷ ମନୋରଂଜନ ଦାସ,ପ୍ରମୁଖ ଯୋଗଦେଇ ନିଜର ମତ ବ୍ୟକ୍ତ କରିଥିଲେ ।

 

ବିଧିଅନୁଯାୟୀ ଚଳିତ ବର୍ଷ ଚୁନିନ୍ଦାଠାରେ ନିରାଡମ୍ବରରେ ପୂଜା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ସାଳନ୍ଦୀ ବାଇପାସଠାରେ ଏକ ନୂତନ ଯୁବ ଯାଦବ କାର୍ଯ୍ୟାଳୟ ଉଦ୍‌ଘାଟିତ ହେବ ବୋଲି ଯୁବ ସଭାପତି ଶ୍ରୀ ଖିଲାର ସୂଚନା ପ୍ରଦାନ କରିଥିଲେ । ଏହି ସମୟରେ କୋଭିଡର ଗାଇଡଲାଇନ ପାଳନକରାଯିବ । ଏଥିସହିତ ଚୁନିନ୍ଦାଠାରେ ଦୁଇଦିନଧରି ନିରାଡମ୍ବରଭାବେ ମାତ୍ର ୧୦ ଜଣଙ୍କୁ ନେଇ ପୂଜାର୍ଚ୍ଚାନା କରାଯିବାକୁ ଜିଲ୍ଲା ସାଧାରଣ ସଂପାଦକ ଦିଲିପ ନାୟକ କହିଥିଲେ । ଏହି ସମୟରେ ସାମାଜିକ ଦୂରତା ଓ ସମସ୍ତେ ମାସ୍କ ପିନ୍ଧିବାକୁ ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ । ପ୍ରକାଶ ଯେ, ଉତ୍କଳ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ହଜାରହଜାର ଯାଦବଭାଇ ଓ ଶ୍ରୀ କୃଷ୍ମ ପ୍ରେମୀମାନଙ୍କୁ ନେଇ ଏହି ନନ୍ଦ ଉତ୍ସବ ଚରଂପା,ଧାମନଗର,ଭଣ୍ଡାରିପୋଖରୀ,ବନ୍ତବ୍ଲକରେ ପାଳନ ହେବାପରେ ଚଳିତ ବର୍ଷ ମହା ଆଡମ୍ବର ସହକାରେ ପୁଣି ଚରଂପା ଠାରେ ପାଳିତ ହେବାର ଥିଲା । କିନ୍ତୁ ବିଶ୍ୱର ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ନେଇ ଚଳିତ ବର୍ଷ ଏହା ହେବନି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।