Odiapua.com

ନଦୀ ପାର ହେଉଥିବା ବେଳେ ପାଣିସ୍ରୋତରେ ଭାସି ଯାଇ ଚାଷୀର ମୃତ୍ୟୁ

ମାଲକାନଗିର ି,୧୪ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମେଣ୍ଡକୁଲି ପଚାଂୟତ ଦଳପତିଗୁଡା ଗ୍ରାମର ଭଗବାନ ଚାଲାଣ ନାମକ ଜଣେ ଚାଷୀ ନିଜ ଜମିରୁ ଚାଷକାମ ସାରି ଫେରୁଥିବା ବେଳେ ଗରିଆଗଡ ନଦୀପାର ହେଉଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ମୃତ୍ୟୁଘଟିଛି । ମଙ୍ଗଳବାର ଅପରାହ୍ନରେ ଦଳପତିଗୁଡା ଗ୍ରାମର ଭଗବାନ ଗରିଆଗୁଡା ନଦୀ ଆରପାରିରେ ଥିବା ଜମିକୁ ଚାଷକାମ କରିବାପାଇଁ ଯାଇଥିଲେ । ଗଲାବେଳେ ନଦୀରେ କମ ପାଣିଥିବାରୁ ସହଜରେ ନଦୀଭିତରେ ପସି ପାରହୋଇ ଯାଇଥିଲେ । ଫେରିବା ବେଳକୁ ପ୍ରବଳ ବେଗରେ ବର୍ଷା ହୋଇ ନଦୀରେ ପାଣିଭରପୁର ହୋଇଯାଇଥିଲା । ତରବର ଭାବେ ଭଗବାନ ନଦୀରେ ପସି ପାର ହେଉଥିବା ବେଳେ ତାଙ୍କଗୋଡ ପାଣିଭିତର କୁ ଖସି ଯାଇ ସେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ସନ୍ଦ୍ୟା ପର୍ଯ୍ୟନ୍ତ ଗରକୁ ଭଗବାନ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ । ଆଜି ଅଗ୍ନିଶମ ବିଭାଗକୁ ଜଣାଇବାରୁ ଆଜି ମାଥିଲି ଅଗ୍ନିଶମ ବିଭାଗ କର୍ମାଚାରୀ ମାନେ ଗରିଆଗୁଡା ନଦୀରେ ଖୋଜି ପାଣିଭିତରୁ ଭଗବାନଙ୍କ ମୃତ ଶରୀରର ଉଦ୍ଧାର କରିଛନ୍ତି । ଏଓ ସଂପର୍କରେ ମାଥିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରିଥିଲେ ।ମାଥିଲି ହସପିଟାଲରେ ଶବବ୍ୟବଛେଦ ପରେ ପୁଲିସ ଭଗବାନଙ୍କ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରିଛନ୍ତି ।ଭଗବାନ ଜଣେ ଗରିବ ଆଦିବାସୀ ଚାଷୀ ତାଙ୍କ ପରିବାରଙ୍କୁ ସରକାରି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଦଳପତିଗୁଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସୁଚନା ଯୋଗ୍ୟରେ ଗରିଆଗଡ ନଦୀରେ ଏକ ପୋଲନିର୍ମାଣ କରାଯାଉନଥିବାରୁ ନଦୀ ପାର ହେଉଥିବା ସମୟରେ ଅନେକ ଗାଇଗୋରୁ ଙ୍କ ସହିତ ମଣିଷ ପାଣିରେ ବୁଡି ମୃତ୍ୟୁବରଣ କରୁଥିବାର ଜଣାପଡିଛି । ତୁରନ୍ତ ଏହି ନଦୀଘାଟରେ ଏକ ପୋଲନିର୍ମାଣ କରିବାପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।