Odiapua.com

ନଦୀ କୂଳରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଦୀ କୂଳ ହୁଡ଼ାରୁ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଛି । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ କଳାହାଣ୍ଡିଆ ଗାଁ ନିକଟ କପାଳୀ ନଦୀ ନିକଟରୁ ଏହି କଙ୍କାଳ ଉଦ୍ଧାର ହୋଇଥିବା ଜଣାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ସହ ସାଇଂଟଫିକ୍ ଟିମ ପହଂଚି ଛାନଭିନ୍ ଆରମ୍ଭ କରିଛି । ସୂଚନାରୁ ଜଣାପଡିଛି ବନ୍ତ ଥାନା ଅନ୍ତର୍ଗତ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗାଁର ନାଜିର ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡା(୩୭)ଙ୍କୁ କଳାହାଣ୍ଡିଆ ଗାଁର ରାମ ବେହେରା ୪ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ । କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଆଜକୁ କିଛି ଦିନ ହେବ ନିଖୋଜ ଥିଲେ ରାଧା । ଆଜି ରାଧାଙ୍କ ପରିବାର ଲୋକେ କୌଣସି ସୂତ୍ରରୁ କଳାହାଣ୍ଡିଆ ଗାଁ ସାଳନ୍ଦୀ ନଦୀ ନିକଟରେ ତାଙ୍କ ଝିଅର କଙ୍କାଳ ପଡ଼ିଥିବା ଜାଣି ଘଟଣା ସ୍ଥଳରେ ପହଂଚି ଏହାକୁ ଚିହ୍ନଟ କରି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍ ୧୯୮/୨୦୨୫ ମୂଳେ ଏକ ହତ୍ୟା ମାମଲା ରୁଜ୍ଜୁ କରି ରାଧାଙ୍କ ସ୍ୱାମୀ ରାମ ବେହେରାଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଏହି ଘଟଣାରେ କେନ୍ଦୁଆପଦା ଫାଣ୍ଡି,ଭଦ୍ରକ ଗ୍ରାମାଂଚଳ ଥାନା ପୋଲିସ୍ ଏବଂ ସାଇଂଟଫିକ୍ ଟିମ୍ ପହଂଚି ଛାନ୍ ଭିନ୍ ଆରମ୍ଭ କରିଥିବା ଜଣାପଡ଼ିଛି।