Odiapua.com

ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଶୋକ

ପୁରୀ, ୧୫ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ବର୍ଷିୟାନ ଶିଶୁ ସାହିତ୍ୟିକ ଆକାଶବାଣୀର ଶିଶୁପ୍ରିୟ ବଡ଼ଭାଇ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ସଂସଦର ସଭାପତି ପ୍ରାଣକୃଷ୍ଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ମହାନ୍ତି ଉପସଭାପତି ରମେଶ ଚନ୍ଦ୍ର ଦାଶ, ସମ୍ପାଦକ ମହେନ୍ଦ୍ର ବିଶୋଇ, ଏକାଡ଼େମୀ ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ଏକ ଶୋକବାର୍ତ୍ତାରେ ସ୍ୱର୍ଗତ ମହାନ୍ତି ସରଳ ବୋଧଗମ୍ୟ ସାବଳୀଳ ଶିଶୁ ସାହିତ୍ୟ ରଚନା ପାଇଁ ସର୍ବଦା ଅମର ହୋଇ ରହିବେ ବୋଲି କହିଛନ୍ତି।