Odiapua.com

ନଦୀରେ ବୁଡି ଛାତ୍ର ମୃତ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଂଚାୟତ ବରାହ ନୂଆପଡା ଗାଁର ପ୍ରଶାନ୍ତ ନାୟକଙ୍କ ୧୬ ବର୍ଷୀୟ ପୁତ୍ର ପ୍ରଶ୍ୱନ ଜିତି ଯାଯପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଡ଼େ । ନଙ୍କ ସହିତ ବୈତରଣୀ ନଦୀର ଦେବୀ ଗଡା ଘାଟ ପଡିଆରେ ବଲ୍ ଖେଳୁ ଥିବାବେଳେ ବଲଟି ନଦୀର ପାଣିକୁ ଖସିପଡିଥିଲା ଦୁଇ ସାଙ୍ଗ ପାଣି ଭିତରୁ ବଲ ଆଣିଲା ବେଳେ ନଦୀର ଗଣ୍ଡରେ ପ୍ରଶ୍ୱନ ଜିତି ବୁଡି ଜୀବନ ହାରିଥିବା ବେଳେ ଅନ୍ୟ ସାଙ୍ଗଟି ବଂଚିଯାଇଛି । ମୃତ ପ୍ରଶ୍ୱନ ଜିତ ର ବାପା-ମା ଯାଯପୁର ଜନ ବିଚା ଠାରେ ରହୁଥିଲେ।