Odiapua.com

ନଦୀରେ ପୋଲ ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର,୩୦/୧୦,(ଓଡ଼ିଆ ପୁଅ ପି ନାୟକ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଦୃଶ୍ୟ ଏମିତି ଯେ, ଜଣେ ରୋଗୀକୁ ମେଡିକାଲ ନେବା ପାଇଁ ଗ୍ରାମବାସୀ ଉଛୁଳା ନଦୀ ପାର କରି ନେଇଛନ୍ତି । ନଦୀ ଉପରେ ପୋଲ ନଥିବାରୁ ସେମାନେ ଆଉ କିଛି ଉପାୟ ନ ପାଇ ବାଧ୍ୟ ହୋଇ ଏପରି କରିଛନ୍ତି । ସୂଚନା ଅନୁସାରେ, ଉକ୍ତ ଗାଁ ର କ୍ଷମାକର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଥିଲା । ପରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ଗାଁ ଲୋକେ ନଦୀ ପାଣିକୁ ଖାତିର ନ କରି ଜୀବନକୁ ପାଣି ଛଡାଇ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ।