କଟକ, ୦୩/୦୧(ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ସାଲେପୁରଥାନା ଚିତ୍ରୋପଳା ନଦୀପଠାରେ ହାତଗୋଡ଼ ଓ ମୁଁହ ବନ୍ଧା ହୋଇ ଅଚେତ ଅବସ୍ଥାରେ ଆବଜନା ଗୃହ ମଧ୍ୟରେ ପଡିଥିବା ଜଣେ ନାବାଳିକା କଲେଜ ଛାତ୍ରୀକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏହି ଛାତ୍ରୀ ଜଣକ ସାଲେପୁର କଲେଜର +୨ ପ୍ରଥମ ଶ୍ରେଣୀ ବିଜ୍ଞାନ ବିଭାଗ ଛାତ୍ରୀ ବୋଲି ଜଣାଯାଇଛି। ଏହି ଛାତ୍ରୀ ଜଣକ ନିୟମିତ ବସ ଯୋଗେ ଘରୁ କଲେଜକୁ ଯାତାୟତ କରେ। ଆଜି କଲେଜ ଛୁଟି ହେବାପରେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ନଦୀ ପଠାକୁ ଆସିଲା ଓ କିଏ କେଉଁ ଉଦ୍ଦେଶ୍ୟ ରଖି ଛାତ୍ରୀ ଜଣଙ୍କର ହାତଗୋଡ଼ ଓ ମୁହଁ ବାନ୍ଧି ଅଚେତ ଅବସ୍ଥାରେ ନଦୀପଠାରେ ଫିଙ୍ଗି ଦେଲେ ତାହା ତଦନ୍ତ ସାପେକ୍ଷ। ଅପରପକ୍ଷରେ ଛାତ୍ରୀର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ମେଡିକାଲକୁ ପଠାଇଦିଆ ଯାଇଥିବା ସୂଚନା। ଅପରପକ୍ଷରେ ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନଦୀପଠାରୁ ଅଚେତ ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର
