Odiapua.com

ନଦୀଗାଁ ପଂଚାୟତରେ ପୂର୍ବତନ ସରପଞ୍ଚ ବିଜେଡ଼ିରେ ମିଶିଲେ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗାଁ ଠାରେ ବିଜେଡ଼ିର ମହାମିଶ୍ରଣ ପର୍ବରେ ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଳାସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ପର୍ଯ୍ୟବେକ୍ଷକ ତଥା ଯାଜପୁର ଜିଲ୍ଳା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ବିବିସିସି ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ସମିତିସଭ୍ୟ ହରେକୃଷ୍ଣ ପାଢୀ, ପ୍ରଦୀପ କୁମାର ମଲ୍ଲିକ, ସମ୍ପୃକ୍ତ ପଂଚାୟତର ସମିତିସଭ୍ୟା ବାସନ୍ତୀ ସାହୁ, ପଂଚାୟତ ସଭାପତି ଦୀନବନ୍ଧୁ ବୈଶାଖ, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ବାବୁଲାଲ ସାହୁ, ପୂର୍ବତନ ସରପଂଚ ଦୟାନିଧି ମିଶ୍ର, ନଗରବିଜେଡ଼ି ସଭାପତି ସୁଶାନ୍ତ କୁମାର ରାଉତ, ଛାତ୍ରବିଜେଡ଼ି ସଭାପତି ତୁଷାରକାନ୍ତ ମହାପାତ୍ର, ବିଜୁ ଛାତ୍ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗଦେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିବା ସହ ବିଜେପି ଦଳ ଓ ତା’ର ବାହସ୍ପଟିଆ ନେତାଙ୍କ ବିରୋଧରେ ଗର୍ଜ୍ଜିଥିଲେ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା, ବିଜେଡ଼ିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନଦୀଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେପିର ଜନପ୍ରିୟ ନେତା ନିରଂଜନ ମାଝୀ ନିଜର ଶତାଧିକ ସମର୍ଥକଙ୍କୁ ନେଇ ବିଜେଡ଼ିରେ ସାମିଲ ହୋଇଥିଲେ । ସଭାରେ ମଂଚ ମଣ୍ଡନ କରିଥିବା ନେତାମାନେ ନୂତନଭାବେ ଯୋଗଦେଇଥିବା ଶ୍ରୀ ମାଝୀ ଓ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତରୀୟ ସହ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ ।