Odiapua.com

ନଡିଆ ସଢେଇରେ ମାସ୍କ

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବଜାରରେ ବିଭିନ୍ନ ପ୍ରକାର ମାସ୍କ ମିଳୁଛି। ସୁନା, ରୂପା ଓ ଅନ୍ୟାନ୍ୟ ଧାତୁରେ ମଧ୍ୟ ମାସ୍କ ମିଳୁଛି। ଶ୍ରୀ ଜଗନ୍ନାଥ ଧାମ ରେ ଏବେ ସେବାୟତ ଭୀମସେନ ଖୁଂଟିଆ ନଡିଆ ସଢେଇରେ ତିଆରି ମାସ୍କ ପିନ୍ଧିବା ଦେଖିବାକୁ ମିଳିଛି। ଭିତରେ ଦୁଇ ପରସ୍ତ କନା ମଧ୍ୟ ରହିଛି। ନାକ କୁ ସୁରକ୍ଷା ଦେଉଛି ସଢେଇ। ଭିନ୍ନ କୌଶଳରେ ଏହା ତିଆରି ହୋଇଛି। ସବୁ ପ୍ରଭୂଙ୍କ ଇଛା। ମୋତେ ଏହି ମାସ୍କ ପିନ୍ଧିଲେ ଭଲ ଲାଗୁଚି ବୋଲି ସେ କହିଛନ୍ତି।