Odiapua.com

ନଡିଆ ଚାରା ବଣ୍ଟନ

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡିଶା ଇଣ୍ଟର ନ୍ୟାସନାଲ୍ ସେଣ୍ଟର ଓ ଭାଷା ଅନୁଷ୍ଠାନର ମିଳିତ ଉଦ୍ୟମରେ ପୁରୀ ଜିଲ୍ଲାରେ ୩୦ ୦୦୦ ଉନ୍ନତ କିଶମର ନଡିଆ ଚାରା ବଣ୍ଟନ କରାଯିବା ପାଇଁ ସ୍ଥିର କରାଯାଇଛି। ଫନି ପ୍ରପିଡିତଙ୍କୁ ସହାୟତା ଅଭିଯାନ ଉଦ୍ଦେଶ୍ୟରେ ପୁରୀ ସିଂହଦ୍ୱାର ଠାରେ ନଡିଆ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନ୍ନାର୍ଦ୍ଧନ ମହାପାତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଥିଲେ। ପୁରୀ ସେବା ସମିତି ର ସୌମେନ୍ଦ୍ର ଦାସ ସ୍ୱଶକ୍ତି ଜାଗରଣ ମଞ୍ଚ ଓ ଧମରକ୍ଷା ପରିଷଦର ସୌରଭ ଜୟ ସିଂ ଭାରତ ବିକାଶ ପରିଷଦର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ନାରିକେଳ ବୋର୍ଡ ର ବିଶ୍ୱନାଥ ରଥ ଭଗବାନ ସୁଆର ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପରେଶ୍ ନାୟକ ପରିଚାଳନା କରିଥିଲେ।