Odiapua.com

ନଟବର ଦେବତା ଥିଲେ ଜଣେ ସମର୍ପିତ ପ୍ରତିଭା-୩୮ତମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିଚାରଣ ସଭାରେ ଅତିଥି ମାନଙ୍କ ମତପ୍ରକାଶ

ହାଟଡ଼ିହି-୨୪/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ଶିକ୍ଷାବିତ ନଟବର ଦେବତା ଥିଲେ ଜଣେ ସମର୍ପିତ ପ୍ରତିଭା, ତାଙ୍କ ଶୁଦ୍ଧ ଆଚରଣ ଓ ମାର୍ଜିତ ବ୍ୟବହାର ପାଇଁ ସେ ଚୀରସ୍ମରଣୀୟ ହୋଇ ରହିବେ ବୋଲି ତାଙ୍କର ୩୮ତମ ସ୍ମୃତି ଚାରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷାବିତ ପ୍ରଫେସର ବ୍ରଜମୋହନ ମିଶ୍ର ପ୍ରକାଶ କରିଛନ୍ତି । ବିଶିଷ୍ଟ ସମାଜସେବୀ ପ୍ରେମାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଜଗନ୍ନାଥ ସା ଯୋଗଦେଇ ନଟବର ଦେବତାଙ୍କ ସଦଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବାସହ ତାଙ୍କ ଭଳି ଜଣେ ମହନୀୟ ବ୍ୟକ୍ତିତ୍ୱ ମିଳିବା କ୍ୱଚିତ ବୋଲି ମତବ୍ୟକ୍ତ କରିଥିଲେ । ନଟବର ସ୍ମୃତି କମିଟିର ଆବାହକ କାମପାଳ ନାୟକ ସ୍ୱର୍ଗତ ଦେବତାଙ୍କ ସ୍ମୃତିଚାରଣ କରିଥିଲେ । ପୁର୍ବାହ୍ନରେ ନଟବର ଦେବତାଙ୍କ ଆବକ୍ଷ ପ୍ରତିମୃର୍ତ୍ତୀ ଉନ୍ମୋଚନ କରାଯିବା ପରେ ‘ଭିନ୍ନଏକ ନଟବର ଅନ୍ୟ ଏକ ଦେବତା’ ସ୍ମରଣୀକାକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ନଟବର ଦେବତାଙ୍କ ପୁତ୍ର ଗୋସ୍ୱାମୀ ଗୋଲାମ ଦେବତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ. ଭାଗବତ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀକାନ୍ତ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ପୁର୍ବତନ ବିଧାୟକ ମାୟାଧର ଜେନା, ଡ.ରାମଚନ୍ଦ୍ର ନାୟକ, ବ୍ରଜେନ୍ଦ୍ର ମୋହନ ତ୍ରିପାଠୀ, ଚୁଡାମଣି ଘଡେଇ, ଦାମୋଦର ସାହୁ, ସୂର୍ଯ୍ୟମଣୀ ରାଉତ, କ୍ଷେତ୍ରୟବାସୀ ରାଜ, କାଶିନାଥ ନାୟକ, ସନାତନ ଜେନା, ଡାକ୍ତର ଗୋଲକ ବିହାରୀ ନାୟକ, ଧିରେନ କୁମାର ଦାଶ, କିର୍ତ୍ତନ ସାହୁ, ନାରାୟଣ ସାହୁ, ଅଧ୍ୟାପକ ରଞ୍ଜନ କୁମାର ଦାଶ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ରତ୍ନାକର ଦାସ ମଞ୍ଚ ସଂଯୋଜନା କରିଥିବାବେଳେ ତୁଳସୀ ଦାଶ ଗୋଲାମ ଦେବତା, ରବିନ୍ଦ୍ର କୁମାର ସ୍ୱାଇଁ, ମନୋଜ କୁମାର ତ୍ରିପାଠୀ, ସୁମନ୍ତ କୁମାର ଜେନା, ରବିନାରାୟଣ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଧବାନନ୍ଦ ଜେନା, ଅନନ୍ତ ଚରଣ ମୁଦୁଲି, ସୁରେନ୍ଦ୍ର କୁମାର ପରିଡା, ଗୋପଳକୃଷ୍ଣ ଜେନା, ଇଂ ସୁରେନ୍ଦ୍ର ନାଥ କର, ସଦାଶିବ ଚକ୍ରଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।