Odiapua.com

ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ

ବାରିପଦା ୨୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୁରଭଞ୍ଜ ଅବକାରୀ ବିଭାଗକୁ ସଫଳତା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଉଠାଣିନୂଆଗାଁ ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ। ଅବକାରୀ ବିଭାଗ ନକଲି ମଦ ତିଆରି ହେଉଥିବା ଖବର ପାଇ ଆଜି ଉଠାଣି ନୂଆଗାଁରେ ଚଢ଼ାଉ କରାଯାଇଥିଲା। ଉଠାଣି ନୂଆଗାଁ ଗ୍ରାମର ସୁନୀଲ ପୁଷ୍ଟି ଓ ସୁବାସ ପୁଷ୍ଟି ଘରେ ନକଲି ବିଦେଶୀ ମଦ ତିଆରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରିଥିଲେ ତେବେ ଘରେ ତାଲା ଲାଗିଥିବା ବେଳେ ଘରେ କେହି ନ ଥିଲେ ପୁଷ୍ଟିଙ୍କ ଘରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ସ୍ପିରିଟ, ଥିନର ଜବତ କରିଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଚଢ଼ାଉ ବେଳେ ପୁଷ୍ଟି ଙ୍କ ଘର ନିକଟରେ ଥିବା ଏକ ଖାତ ଭିତରୁ ୫ କେଜି ଗଞ୍ଜେଇ କୁ ମଧ୍ୟ ଜବତ କରାଯାଇଛି। ତେବେ ଅବକାରୀ ବିଭାଗ ପକ୍ଷରୁ ଘଟଣା ରେ କାହାକୁ ବି ଗିରଫ କରାଯାଇ ନଥିବା ବେଳେ ଘରର ସମସ୍ତ ସଦସ୍ୟ ଫେରାର ଅଛନ୍ତି। ଜବତ ସାମଗ୍ରୀ ବେତନଟୀ ଅବକାରୀ ଅଫିସ ରେ ରଖି ଅଧିକ ତଦନ୍ତ ଜାରିରଖିଛି ଅବକାରୀ ବିଭାଗ।