Odiapua.com

ନକଲି ଡିଷ୍ଟଲ ଓ୍ୟାଟର ଜବତ,ପୁଲିସର ତଦନ୍ତ ଆରମ୍ଭ,ବାପ ପୁଅ ଥାନାରେ ଅଟକ

ମାଲକାନଗିରି,୪ା୭ (ଓଡିଆ ପୁ୍‌ଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ନିମ୍ମମାନର ପାଣିବୋତଲ ଓ ନକଲି ଡିଷ୍ଟିଲ ଓ୍ୟାଟର ଫ୍ୟାକ୍ଟ୍ରୀ କରି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ବାପ ପୁଅ ଥାନାରେ ଅଟକ ରହିବାସହିତ ପୁଲିସ ଫ୍ୟାକ୍ଟ୍ରିରେ ତାଲାପକାଇ ତଦନ୍ତ ଆରମ୍ଭକରିଛି । ମାଲକାନଗରି ଜିଲ୍ଲାସଦର ମହକୁମାସ୍ଥ ଏମଭି୨ ଗ୍ରାମରେ ଜଣେ ଅବସର ପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ରାକେଶ ପାତ୍ର ପଦ୍ମାବତୀ ଆକୁଆ ଫ୍ରେସ ଇଣ୍ଡଷ୍ଟ୍ରି ରେ ଡିଷ୍ଟିଲ ଟନିକ ନାମକ କମ୍ପାନି କରି ବେଆଇନ ଭାବେ ନିମ୍ମମାନର ଡିଷ୍ଟିଲ ଓ୍ୟାଟର ବଟଲିଂ କରି ଜିଲ୍ଲା ତଥା ଜିଲ୍ଲାବାହରକୁ ଚାଲାଣ କରିଆସୁଥିଲେ ।ଏହି ପତଳା ଜଳ ବଟଲିଂ ପାଇଁ କେମିକାଲ ଲାଇସେନ୍ସ ଓ ଓଜନ ମାପ ବିଭାଗର ଅନୁମତି ସହିତ ଆଇଏସଓ ମାର୍କ ଦରରକାର ପଡୁଥିବା ବେଳେ ଏହି କମ୍ପାନୀ ମାଲିକ କୌଣସି ପ୍ରମାଣ ପତ୍ର ନଥାଇ ବେଆନ ଭାବେ ନିମ୍ମମାନର ଡିଷ୍ଟିଲ ଟନିକ ବଟଲ ଉପରେ ଲେଖି ବଜାରକୁ ଛାଡି ମୁନାଫା କରୁଥିଲେ । ଗ୍ରାହକ ମାନେ ଶସ୍ତାରେ ହିନସ୍ତା ହେବାପରି ସେହି ଡିଷ୍ଟିଲ ଓ୍ୟାଟର କୁ ନେଇ ନିଜ ଗାଡି ବାଟେରିରେ ପକାଇବା ସହ ଇନଭଟର ବ୍ୟାଟେରୀରେ ପକାଉଥିଲେ । ଗଦତ କିଛି ଦିନତଳେ ଅନେକ ଲୋକଙ୍କର ବ୍ୟାଟେରି ଅଳ୍ପଦିନରେ ଖରାପ ହୋଇଯିବାର ଜମାପଡିଥିଲା । ଏହି ନକଲ ିଡିଷ୍ଟିଲ ଓ୍ୟାଟର ଯୋଗୁ ଏପରି ହେଉଥିବା ଜାଣିବା ପରେ କିଛି ଗ୍ରାହକ ସେହି କମ୍ପାନୀର ମାଲିକଙ୍କୁ ପଚାରିଥିଲେ ଓଲଟି ସେ ଧମକ ଚମକ ଦେଇ ସେମାନଙ୍କୁ ଫେରାଇ ଦେଇଥିଲେ । ଆଜି କିଛି ଗ୍ରାହକ ଏ ସଂପର୍କରେ ସୋସିଆଲ ମେଡିଆରେ ଏହାକୁ ଭାଇରାଲ କରିଦେବା ପରେ ମାଲକାନଗିରି ଥାନାପୁଲିସ ପକ୍ଷରୁ ଏକ ସେ ରୁଜୁକରାଯାଇ ଥିଲା ।ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ବିଲାଷ ଜୀ ,ମାଲକାନଗରି ଥାନାଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ଗଠନକରା ଯାଇ ପୁଲିସପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଆଜି ପୁଲିସ ସଦଳବଳ ଏମଭି୨ ଗ୍ରାମକୁ ଯାଇ ସେହି ଫ୍ୟାକ୍ଟ୍ରିରୁ ଡିଷ୍ଟିଲ ଓ୍ୟାଟର ଓ ପାଣିବୋତଲ ସିଜ କରିବାସହିତ ଫ୍ୟାକ୍ଟ୍ରିରେ ତାଲାପକାଇ ଦେଇ ଫ୍ୟାକକ୍ଟ୍ରି ମାଲିକ ପ୍ରଦୀପ ମାହାପାତ୍ର ଓ ତାଙ୍କର ବାପା (ଅବସର ପ୍ରାପ୍ତ ପୁଲିସ କର୍ମଚାରୀ)ଙ୍କୁ ଥାନା ରେ ଅଟକ ରଖାଯାଇ ପଚାରା ଉଚରା ଜାରିଚାଲିଥିବାର ଥାନା ଅଧିକାରୀ ଶ୍ରୀ ନାଗ କହିଛନ୍ତି ।