Odiapua.com

ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଟାଉନ୍ ଥାନା ଓ ପୁରୁଣାବଜାର ଥାନା ଅଂଚଳ ଦୀର୍ଘବର୍ଷରୁ ନକଲି ଜର୍ଦ୍ଦା ମାଫିଆଙ୍କ ହବ୍ ପାଲଟିଥିବାବେଳେ ଆଜି ପୁରୁଣାବଜାର ଥାନା ଅଧୀନ କାଜିମହଲାରେ ଟାଉନ ପୋଲିସ ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଛି । ଉକ୍ତ ଗ୍ରାମର ରାଜା ଓଲ ହକ୍‌କୁ ଗିରଫ କରାଯାଇଥିବା ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ମୁତାବକ ବସ୍ ଯୋଗେ ବାରିପଦା ପଠାଇବା ପାଇଁ ଶୁକ୍ରବାର ମଧ୍ୟାହ୍ନରେ ରାଜା ଏକ ସ୍କୁଟିରେ ଜର୍ଦ୍ଦା ବୋଝେଇ ଏକ ବସ୍ତା ନେଇ ବସ୍‌ଷ୍ଟାଣ୍ଡକୁ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନାର ପାଟ୍ରୋଲିଂ ପୋଲିସ ଉକ୍ତ ଜର୍ଦ୍ଦା ବସ୍ତାକୁ ଜବତ କରିଥିଲା। ତାକୁ ଯାଂଚ କରିବା ପରେ ଏହା ନକଲି ଜର୍ଦ୍ଦା ବୋଲି ଜଣାପଡ଼ିଥିଲା । ପରେ କାଜିମହଲା ସ୍ଥିତ ତାଙ୍କ ଘରେ ଟାଉନ ପୋଲିସ ଚଢ଼ାଉ ଆରମ୍ଭକରିଥିଲା। ବିଭିନ୍ନ ବ୍ରାଣ୍ଡର ଲୋଗୋ, ରାସାୟନିକ ସାମଗ୍ରୀ, ପ୍ୟାଙ୍କି ମେସିନ, ସିଲ୍ ମେସିନ ସମେତ ପ୍ରାୟ ୫୦ କେଜିର ନକଲି ଜର୍ଦ୍ଦା ବାହାରିଥିଲା । ଏସବୁ ଜବତ କରି ଥାନାକୁ ଆଣଛି।