Odiapua.com

ନକଲି ଜର୍ଦ୍ଦା ଜବତ କଲା ପୋଲିସ

ପୁରୀ,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଜବତ ହେଲା ନକଲି ଜର୍ଦ୍ଦା । ଏହା ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଜବତ ହୋଇଛି ।  ବଜାରରେ ନକଲି ଜର୍ଦ୍ଦା ବିକ୍ରି ହେଉଥିଲା ବୋଲି ପୋଲିସକୁ ସୂଚନା ମିଳିବା ପରେ ଗତକାଲି  ରାତିରେ ବ୍ରହ୍ମଗିରି ବଜାରର ଏକ ଗ୍ରୋସରୀ ଦୋକାନ ଉପରେ ଚଢାଉ କରି ପୋଲିସ ନକଲି ଜର୍ଦ୍ଦା ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୧୨ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି । ଏହାସହ ଏହି ଘଟଣାରେ ଜଣଙ୍କୁ ଅଟକ ପଚରାଉଚରା ଜାରି ରଖିଛି ପୋଲିସ୍ ।