Odiapua.com

ନକଲି ଏଜେଣ୍ଟକୁ ଗିରଫ କଲା ପୋଲିସ

ପାରାଦୀପ,୦୫/୧୧,(ଓଡ଼ିଆ ପୁଅ ପି ନାୟକ): ନିଜକୁ କମ୍ପାନୀ ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ । ପାରାଦୀପରେ ଏଟି ଗ୍ରୁପ ଓ ମାଗ୍ମା ଫାଇନାନ୍ସ ନାମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା  ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି ଅଭୟଚାନ୍ଦପୁର ପୋଲିସ ।  ତେବେ ଏହି ଅଭିଯୁକ୍ତ ଜଣକ  ଅଭୟଚାନ୍ଦପୁରୁ ଥାନା ଅନ୍ତର୍ଗତ ରଙ୍ଗିଆଗଡ଼ ଗାଁର ପବିତ୍ର ଦାସ ବୋଲି ଜଣାପଡିଛି। ସେ ନିଜକୁ କମ୍ପାନୀ ଏଜେଣ୍ଟ କହି ଗାଁର ୧୦ଜଣ ଲୋକଙ୍କ ଠାରୁ ୩୫ଲକ୍ଷ ଟଙ୍କା ଠକି ନେଇଥିଲା । ଆଉ ପରେ ନିଜ ପରିବାରକୁ ନେଇ ଫେରାର ହୋଇଯାଇଥିଲା । ପରେ ଏନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭୟଚାନ୍ଦପୁର ଥାନାରେ ଏତଲା ଦେଇଥିଲେ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରିଥିଲା । ଶେଷରେ ପୋଲିସ କଟକର ଏକ ସ୍ଥାନରୁ ଅଭିଯୁକ୍ତ ପବିତ୍ର ଦାସକୁ ଗିରଫ କରି କୋର୍ଟଚାଲାଣ କରିଛି ।