Odiapua.com

ଧୋୟା ଅଂଚଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପେକ୍ଷା,ସହାୟତା ରାଶିରୁ ବଂଚିତ ହେବେ ହଜାର ହଜାର ଚାଷୀ, ଫେରିଯିବ ୨. ୬୮କୋଟି ଟଙ୍କା

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧୋୟା ଅଂଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୨ଟି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀରେ ଗତ ଅଗଷ୍ଟ ଓ ସେପ୍େଟମ୍ବର ମାସରେ ଆସିଥିବା ଛୋଟବଡ ୬/୭ଟି ନଈବଢିରେ ହଜାର ହଜାର ଚାଷୀଙ୍କର ଶହଶହ ଏକର ସାରଦ ଧାନତଳି ଓ ଗଜା ଧାନ ପଚିସଢି ଯାଇଥିଲା। ନଦୀର ବନ୍ୟା ପରିସ୍ଥିତି ଏପରି ଥିଲା ଯାହାକି ନଦୀ-ପଥ-କ୍ଷେତ ଏକାକାର ହୋଇଯିବା ସହ ମାସମାସ ଧରି ଚାଷଜମିରେ ବନ୍ୟାପାଣି ଜମି ରହିଥିଲା। ଯାହାଫଳରେ ଚାଷ ପ୍ରାରମ୍ଭରୁ ଚାଷୀମାନେ ବ୍ଲକ୍‌ରୁ ଆଣିଥିବା ବିହନ ଧାନ ଓ ସାଇତି ଥିବା ବିହନ ଧାନ ଶହଶହ ଏକର ଚାଷଜମିରେ ଧାନତଳି ସହ ଗଜା ହୋଇଥିବା ବିହନ ଧାନ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏପରିକି ବନ୍ୟା ସମୟରେ ଓ ବନ୍ୟା ଛାଡିବା ପରେ ଭଦ୍ରକ ଜିଲାପାଳଙ୍କ ସହ ବ୍ଲକ ପ୍ରଶାସନ ଓ କୃଷି ଅଧିକାରୀ ମିଳିତ ଭାବେ ବନ୍ୟାଂଚଳ ସ୍ଥିତି ପରଖିବା ସହ କ୍ଷତିଗ୍ରସ୍ତ ଚାଷଜମିର କ୍ଷେତ୍ରିୟ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେକି ଏହି ଦୋରା ଅଂଚଳରେ ୩୩ପ୍ରତିଶତରୁ ଉର୍ଦ୍ଧ ଚାଷଜମି ବନ୍ୟାରେ ଧୋଇଯାଇଛି। ତାହା ସହ ଚାଷୀମାନଙ୍କୁ ଭେଟି ଧୋଇ ଯାଇଥିବା ଚାଷର କ୍ଷତିପୁରଣ ୧ମାସ ମଧ୍ୟରେ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ପରେ କୃଷି ବିଭାଗ ଓ ଆରଡି ଆର. ଆଇ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କର ସମସ୍ତ ଦସ୍ତାବିଜ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ନିମନ୍ତେ ତହସିଲ ଦପ୍ତରକୁ ପଠାଇଥିଲେ। ଧୋୟା ଅଂଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୩ମାସ ମଧ୍ୟରେ କ୍ଷତିପୁର ସହାୟତା ରାଶି ଯୋଗାଇ ଦେବା ପାଇଁ ୨କୋଟି ୬୯ଲକ୍ଷ୨୮ହଜାର ଟଙ୍କା ରାଜ୍ୟ ସରକାରଙ୍କର ପକ୍ଷରୁ ଯୋଗାଇ ଦିଆଯାଇଥିଲା। ହେଲେ ଜିଲା ପ୍ରଶାସନ ଓ ତହସିଲିଦାରଙ୍କ ଟାଳଟୁଳ ନୀତି ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ ସହାୟତା ରାଶିକୁ ଅନାଇ ବସିରହିଛନ୍ତି। ଏପଟେ ପୁର୍ନବାର କ୍ଷତ୍ରୀୟ ଅନୁଧ୍ୟାନ କରାଯାଇ ଜିଲା ପ୍ରଶାସନ, ତହସିଲିଦାର ଓ କୃଷି ବିଭାଗୀୟ ଅଧିକାରୀ ୪ପଂଚାୟତରେ ଗତ ବନ୍ୟାରେ ଧୋଇ ଯାଇଥିବା ଚାଷ ୩୩ପ୍ରତିଶତରୁ କମ ବୋଲି ଦର୍ଶାଯାଇଛି। ଫଳରେ ଚାଷୀମାନଙ୍କୁ କ୍ଷୟକ୍ଷତିର କୈାଣସି ସହାୟତା ମିଳିବ ନାହିଁ ବୋଲି ଏକ ସରକାରୀ ଦସ୍ତାବିଜ ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ବୁଧବାର ୪ ପଂଚାୟତର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ଚାନ୍ଦବାଲି ତହସିଲିଦାରଙ୍କୁ ଭେଟି ସହାୟତା ରାଶି କେବେ ମିଳିବ ପଚାରିବାରୁ ସମାନ କଥା ଶୁଣିବାକୁ ପାଇଥିଲେକି ଏହି ଧୋୟା ଅଂଚଳରେ ସେପରି କିଛି କ୍ଷତି ହୋଇନାହିଁ। ଯାହାକିଛି ହୋଇଥିଲା ତାହା ସ୍ୱଳ୍ପ ତେଣୁ ସହାୟତା ରାଶି କୈାଣସି ଚାଷୀଙ୍କୁ ଆଉ ମିଳିବ ନାହିଁ ବୋଲି ସିଧାସିଧି ଭାବେ ମନା କରିଥିଲେ ତହସିଲିଦାର ଭବତୋଷ ମଲିକ। ଏପଟେ ଧୋୟା ଅଂଚଳର ହଜାର ହଜାର ଚାଷୀମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି ପ୍ରଥମେ ଧୋଇ ଯାଇଥିବା ଧାନକ୍ଷତିର ସହାୟତା ରାଶି ଆସିଲା, ପୁଣି ମିଳିଲା ବେଳକୁ ରାଶି ଫେରେନିଆଗଲା। ରାଜ୍ୟ ସରକାର ଚାଷୀମାନଙ୍କୁ ସମସ୍ତ ସହାୟତା ରାଶି ଯୋଗାଇ ଦେବାକୁ ଆଗଭର ଥିବା ବେଳେ ଭଦ୍ରକ ଜିଲା ପ୍ରଶାସନ ମନମୁଖି ଭାବେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ରାଶିକୁ ଫେରାଇନେବାକୁ ବସିଛି ବୋଲି ଚାଷୀ ଗୋଲେଇ ଦାସ, ବେଣୁଧର ସାହାଣୀ, କାର୍ତିକ ଜେନା, ମଂଟୁ ବିଶ୍ୱାଳଙ୍କ ସହ ଶହଶହ ଚାଷୀ କହିଛନ୍ତି। ଆଗାମୀ ଦିନରେ ଯଦି ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ନମିଳେ ତାହେଲେ ରାଜରାସ୍ତାକୁ ଓହ୍ଲାେଇବ ବୋଲି ଚେତାବନୀ ଦେଇଛନ୍ତି।