ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଳାୟ ବିଭାଗ ପକ୍ଷରୁ ଅଳ୍ପ ଦିନ ତଳେ ଧାମନଗର ବ୍ଲକର ଧୁଷୁରୀ ପଂଚାୟତକୁ ଯେଉଁ ଏନ ଏ ସି ଘୋଷଣା ହୋଇଥିଲା। କିନ୍ତୁ ନୀତିନିୟମକୁ ଉଲଙ୍ଘନ ଅଭିଯୋଗ ହାଇକୋର୍ଟରେ ମାମଲା ରୁଜୁ ହେବା ଫଳରେ ଏବେ କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ଦେଖାଦେଇଛି। ଏନଏସି ଗଠନ ପାଇଁ ଆବଶ୍ୟକ ହେଉଥିବା ନିୟମାବଳୀକୁ ଉଲଙ୍ଘନ କରାଯାଇଥିବା ଏବଂ ଏନଏସି କାର୍ଯ୍ୟକାରୀ ହେଲେ ପଂଚାୟତର ଲୋକେ ସୁବିଧା ପାଇବା ପରିବର୍ତ ଅସୁବିଧା ଭୋଗିବେ ବୋଲି ଅଭିଯୋଗ କରି ପଂଚାୟତର ଜଣେ ନିର୍ବାଚିତ ଜନ ପ୍ରତିନିଧି ଏ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟ ରେ ମାମଲା ରୁଜୁ କରିବା ପରେ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଇଛି। ଧୁଷୁରୀ ପଂଚାୟତର ସମସ୍ତ ୱାର୍ଡ ସମେତ ପାର୍ଶ୍ୱବର୍ତୀ କୋଠାର ପଂଚାୟତ ,ବମକୁରା ପଂଚାୟତ,ଏବଂ ନଦୀ ଗାଁ ପଂଚାୟତ ଆଂଶିକ ୱାର୍ଡରେ ଥିବା ଯଥାକ୍ରମେ ପତ୍ରିସାହି, ବାଙ୍କ ସାହି, ଖୋପ ସାହି, ଭଣ୍ଡାରିପଡା, ସାହାଜି ପାଟଣା ପ୍ରଭୁତି ୬ ଟି ରାଜସ୍ୱ ଗ୍ରାମର ୧୦୩୪୯ ଜନସଂଖ୍ୟା କୁ ନେଇ ଧୁଷୁରୀ ବିଜ୍ଞାପିତ ଅଂଚଳ ଗଠନ କରାଯାଇଥିଲା। ପରବର୍ତୀ ସମୟରେ ଏନ ଏ ସି କାର୍ଯ୍ୟକାରୀ ନିମନ୍ତେ ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିବା ସହ ସୀମା ଚିହ୍ନଟ ହୋଇଥିଲା ଏବଂ ଫେବୃଆରୀ ୧୨ତାରିଖ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୧୪ଟି କାଉନସିଲର ୱାର୍ଡ ବିଶିଷ୍ଟ ଧୁଷୁ ରୀ ଏନଏସି ଅପ୍ରେଲ ମାସ ଆରମ୍ଭରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଦର୍ଶାଯାଇଥିଲା। ଏପଟେ ଧୁଷୁରୀ ଏନଏସି କାର୍ଯ୍ୟକାରୀ ହେଲେ ଲୋକଙ୍କର ଲାଭ କ୍ଷତିର ହିସାବକୁ ନେଇ ଶାସକ ଏବଂ ବିରୋଧୀ ରାଜନୈତିକ ଦଳ ସମେତ ଜନସାଧାରଣ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା ।ଏପରି ସ୍ଥିତିରେ ଆଗରୁ ଅବିଭକ୍ତ ଧୁଷୁରୀ ପଂଚାୟତରେ ଅନ୍ତର୍ଭୁକ୍ତ ଥିବା ସାହସପୁର ପଂଚାୟତକୁ ଏନଏସି ରେ ନିଆ ନଯାଇ ବମକୁରା, କୋଠାର, ନଦୀ ଗାଁ ପଂଚାୟତର ବିଭିନ୍ନ ଗ୍ରାମକୁ ଏନଏସି ରେ ସାମିଲ କରାଯିବା, ଧୁଷୁରୀ ଏକ ବନ୍ୟାଂଚଳ ହୋଇଥିବାରୁ ବନ୍ୟାରେ ଚାଷ ବାସ ନଷ୍ଟ ହୋଇ ଲୋକଙ୍କ ଆର୍ôଥକ ମାନଦଣ୍ଡ ଦୁର୍ବଳ ଥିବା ଏଠାରେ ଅଧିକ ସଂଖ୍ୟାରେ ଦିନ ମଜୁରିଆ ଓ ଜନ ଜାତିର ଲୋକ ବସବାସ କରୁଥିବାରୁ ଏନ ଏ ସି ହେଲେ ସେହି ଲୋକ ମାନେ ସରକାରୀ ସୁବିଧା ପାଇବାରୁ ବଂଚିତ ହୋଇ ବିଭିନ୍ନ ଟେକ୍ସ ଦେବାରେ ସକ୍ଷମ ନ ହେବା ଅଂଚଳରେ ସଂଖ୍ୟାଧିକ ବେତନ ଭୋଗୀ ନଥିବା ଇତ୍ୟାଦି ବିଭିନ୍ନ ପ୍ରକାର ଗାଇଡ଼ ଲାଇନକୁ ଉଲଙ୍ଘନ କରଯାଇ ଧୁଷୁରୀ ଅଂଚଳକୁ (ଏନଏ ସି ) ସହରାଂଚଳ ଘୋଷଣା କରାଯିବାର କେତେ ଯଥାର୍ଥତା ରହିଛି ସେ ସମ୍ପର୍କରେ ପଂଚାୟତର ଜଣେ ନିର୍ବାଚିତ ପ୍ରତିନିଧି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିବା ପରେ ବର୍ତମାନ ଏନଏସି କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା ଏହି ମାମଲା ପ୍ରେଲ ମାସ ୧୩ତାରିଖ ଶୁଣାଣି ଥିବା ଜଣାଯାଇଛି।