Odiapua.com

ଧାଡ଼ିରୁଆ ଧାନଚାଷ ପ୍ରତି ବଢୁଛି ଆଗ୍ରହ

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲା ବନ୍ତ ବ୍ଲକ ଆଗରପଡ଼ା ଅଂଚଳରେ ପ୍ରାୟ ୮୦ ପ୍ରତିଶତ ଲୋକ କେବଳ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଦୈବୀ ଦୁର୍ବିପାକ ହେଉ ବା ମରୁଡ଼ି କିମ୍ବା ରୋଗପୋକ ଯୋଗୁଁ ବାରମ୍ଭାର କ୍ଷତି ସହୁଥିବା ହେତୁ ଚାଷୀ ମାନଙ୍କର ଚାଷ ପ୍ରତି ମୋହ ତୁଟି ଯାଉଥିବାର ପରିଲକ୍ଷିତ ହୋଇଥିଲା । ଧାଡ଼ିରୁଆ ପାନ ଚାଷ ପାଇଁ ସରକାରୀ ଆର୍ଥିକ ପ୍ରୋତ୍ସାହନ ଓ ଆଗରପଡ଼ା ଅତିରିକ୍ତ କୃଷି ଅଧିକାରୀ ତୁଷାର କାନ୍ତ ପତିଙ୍କ ସମେତ ଭିଏଡ଼ବ୍ଲ୍ୟୁ ରାମ ମୁର୍ମୁ ପ୍ରମୁଖ କୃଷି କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଆନ୍ତରୀକ ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଂଚଳ କେବଳ ପୁରୁଷଣ୍ଢରେ ଥିବା ପ୍ରାୟ ୧ହଜାର ଏକରରୁ ଉର୍ଦ୍ଧ ଜମିରେ ପୁଣି ଧାଡ଼ିରୁଆ ଧାନଚାଷ ଚାଷୀମାନେ ଚାଷ କରି ଗତବର୍ଷ ବେଶ୍ ଲାଭମାନ ହେବା ସହିତ ଧାର କରଜ ଶୁଝିବାରେ ସମର୍ଥ ହୋଇଛନ୍ତି । ଗତବର୍ଷ ଧାନଚାଷରେ ବିନିଯୋଗ କରିଥିବା ଅର୍ଥ ଅମଳକ୍ଷମ ପରେ ଦୁଇଗୁଣ ହୋଇଥିଲା ବୋଲି ନିର୍ମଳ ମହାଗୁଡ଼,ମନ୍ମଥ ମହାକୁଡ଼,ଦିନବଂଧୁ ପୁହାଣ,କୈଳାଶ ସାହୁ ଓ ଟିକନ ମହାକୁଡ଼ ପ୍ରମୁଖ ଚାଷୀମାନେ ପ୍ରକାଶ କରିଛନ୍ତି । ଧାଡ଼ିରୁଆ ଧାନଚାଷ ବିଶେଷ କରି ଯୁବ ଚାଷୀମାନଙ୍କୁ ନୂଆ ଦିଗନ୍ତ ଦେଖାଇଛି ବୋଲି ଚର୍ଚ୍ଚା ହେଉଛି ।