Odiapua.com

ଧାଡ଼ିରୁଆ ଚାଷ କଲେ ଗଞ୍ଜାମ ଜିଲ୍ଲାପାଳ: ଚାଷୀ ଉତ୍ସାହିତ- ଅଧିକାରୀ, କର୍ମଚାରୀ ବିଚଳିତ

ବ୍ରହ୍ମପୁର: ୨୯/୦୭ (ଓଡ଼ିଆ ପୁଅ/ଜ୍ୟୋତିରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାରେ ଚାଷ କାର୍ଯ୍ୟ ଅନୁଧ୍ୟାନ ପାଇଁ ଯାଇ ଜିଲ୍ଲାପାଳ ନିଜେ ଚାଷ କାର୍ଯ୍ୟରେ ସାମିଲ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାପାଳ ନିଜେ ପାଣି, କାଦୁଅ ଭରା ଜମିରେ ଧାନ ତଳି ରୁଆ କାର୍ଯ୍ୟ କରିଥିଲେ। ଜିଲ୍ଲାପାଳଙ୍କ ଏତାଦୃଶ୍ୟ କାମ ଦେଖି ଅଗତ୍ୟା ଅନ୍ୟାନ୍ୟ ଅଧିକାରୀ ଓ କୃଷି ଅଧିକାରୀମାନେ ମଧ୍ୟ କାଦୁଅ ଥିବା ଜମି ଭିତରକୁ ଯାଇଥିଲେ। ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ଏପରି ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିବା ବେଳେ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଠାରେ ଛନକା ଖେଳାଇ ଦେଇଛି।

ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ପ୍ରାୟ ୫୦ ଏକର ଜମି ରେ ଧାନ ଚାଷୀ ମାନଙ୍କୁ କିଛି ସରକାରୀ ସହାୟତା ଦିଆଯାଉଛି। ଧାଡ଼ିରୁଆ ପ୍ରଣାଳୀ ରେ ଚାଷ କରିବାକୁ ସେଠାରେ କାର୍ଯ୍ୟକ୍ରମ ନିଆଯାଇଛି। ଆଜି ନିଜେ ଜିଲ୍ଲାପାଳ ସେଠାକୁ ଯାଇ ଚାଷ ଅନୁଧ୍ୟାନ କରିବା ସହ ନିଜେ କାଦ ହୋଇଥିବା ଚାଷ ଜମିକୁ ଯାଇ ଚାଷ କାର୍ଯ୍ୟ କରିଥିଲେ। ଯାହାକି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।