Odiapua.com

ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ମିଳିଛି ଅପୂର୍ବ ସମର୍ଥନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୦୨/୧୦: ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ବିଜେପି ପକ୍ଷରୁ ଗତ ସେପ୍ଟେମ୍ବର ୧ ଠାରୁ ୩୦ ପର୍ଯ୍ୟନ୍ତ ମାସେବ୍ୟାପୀ ଆରମ୍ଭ କରାଯାଇଥିବା ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶର ସବୁ ବର୍ଗର ଲୋକମାନେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ଅପୂର୍ବ ସମର୍ଥନ ଏବଂ ଆଶୀର୍ବାଦ ଦେଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଐତିହାସିକ ନିଷ୍ପତି ପାଇଁ ସମସ୍ତ ଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।