Odiapua.com

ଧାରଣାରେ ଚାଷୀ , ସେବା ସମବାୟ ସମିତି ବନ୍ଦ ଥିବାରୁ ଟଙ୍କା ଉଠାଇ ନ ପାରି ଫେରିଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା

ଧାରଣାରେ ଚାଷୀ , ସେବା ସମବାୟ ସମିତି ବନ୍ଦ ଥିବାରୁ ଟଙ୍କା ଉଠାଇ ନ ପାରି ଫେରିଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା
ବାହାନଗା, ୪ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଆଳଦା ସେବା ସମବାୟ ସମିତିରେ ତାଲା ପକାଇବା ସହ ଧାନ ବସ୍ତା ଆଗରେ ରଖି ବିକ୍ଷୋଭ କରିଛନ୍ତି ଚାଷୀ ଅନନ୍ତ ପଣ୍ଡା, ସୁକାନ୍ତ ସାହୁ, ଚଞ୍ଚଳା ପଣ୍ଡେ, ରାମ ପ୍ରସାଦ ଜେନା,ନିତ୍ୟାନନ୍ଦ ସାହୁ, ମଞ୍ଜୁଲତା ବାରିକ, ପ୍ରଦୀପ ଜେନା, ଭାଗୀରଥି ରାଉତ, ଅକ୍ଷୟ ସ୍ୱାଇଁ, ରମେଶ ମହାପାତ୍ର, ପୂଣ୍ଣଚନ୍ଦ୍ର ମହାପାତ୍ର, ଏଳିତ ବିଶ୍ୱାଳ,ଭାଗ୍ୟଧର ସାହୁ, ଯୋଗେଶ ପୁହାଣ, ସସ୍ମିତା ବାରିକ, ନଟବର ବାରିକ, ମାନସ ପାତ୍ର, ଚିତ୍ତରଞ୍ଜନ ରାଉତ ପ୍ରମୁଖ ଧାରଣାରେ ବସିଛନ୍ତି । ୨ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଉପରିସ୍ଥ ଅଧିକାରୀ ଆସି ନାହାନ୍ତି । ସମିତି ବନ୍ଦ ଥିବାରୁ ଟଙ୍କା ନ ଉଠାଇ ପାରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ହଇରାଣ ହୋଇ କ୍ଷୋଭ ପ୍ରକାଶ କରି ଫେରି ଯାଉଛନ୍ତି । ସୂଚନା ଅନୁସାରେ ଏହି ସେବା ସମବାୟ ସମିତିରେ ୪୭୮ଜଣ ଚାଷୀ ଅନ ଲାଇନ କରିଥିବା ବେଳେ ୩୫୭ ଜଣ ଧାନ ଦେଇଛନ୍ତି । ୧୮ହଜାର କ୍ୱିଣ୍ଟାଲ ଧାନ ଟାର୍ଗେଟ ସରକାର ଦେଇଥିବାେ ବେଳେ ୧୨୪୦୦ କ୍ୱିଣକଟାଲ ଧାନ କିଣା ଯାଇଛି । ଜାନୁଆରୀ ୨୯, ୩୦, ଫେବ୍ରୁଆରୀ ୨ରେ ୪୮ଜଣ ଚାଷୀଙ୍କର ସମୟସୀମାରୁ ପାର ହୋଇ ଥିବା ଟୋକନରେ ଧାନ କିଣା ଦାବୀ ନେଇ ଚାଷୀ ସମବାୟ ସମିତିରେ ତାଲା ପକାଇବା ସହ ଧାନ ବସ୍ତା ରଖି ବିକ୍ଷୋଭ କରି ଛନ୍ତି ।