ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ୍ ଯୋଦ୍ଧାମାନଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ସୂଚନା ଅନୁଯାୟୀ ସାରା ବିଶ୍ୱରେ ମହାମାରୀ କରୋନା ତାର କରାଳ ରୂପ ଦେଖାଇଥିବାବେଳେ ଭଦ୍ରକ ଜିଲା ମଧ୍ୟ ସେଥିରୁ ବାଦ୍ ପଡିନଥିଲା । ସେହି କୋଭିଡ୍ ସମୟରେ ରାଜ୍ୟ ସରକାର ଅସ୍ଥାୟୀ ପାରାମେଡିକାଲ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା । ବର୍ତ୍ତମାନ ସେହି ଅସ୍ଥାୟୀ ପାରାମେଡିକାଲ ସ୍ୱାସ୍ଥ୍ୟକର୍ମୀଙ୍କୁ ସରକାରଙ୍କ ପକ୍ଷରୁ ଛଟେଇ ପାଇଁ ନୋଟିସ୍ ଆସିଛି । ତେବେ ଦୀର୍ଘ ୯ ମାସ ଧରି ମହାମାରୀ କରୋନା ସହ ଲଢେଇ କରି ଲୋକଙ୍କ ସେବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ଆଜିଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ହି କୋଭିଡ୍ ଯୋଦ୍ଧାମାନେ ।