ଭୁବନେଶ୍ୱର ୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଛକ ନିକଟରେ କେତେକ ଦାବି ନେଇ ଦୁଇ ଭଉଣୀ ଧାରଣା ଦେଇଥିବା ବେଳେ, ଜଣେ ଯୁବକ ରାତିର ସୁଯୋଗ ନେଇ ତାଙ୍କ ଟେଣ୍ଟ ଭିତରେ ପଶି ଧର୍ଷଣ ଉଦ୍ୟମ କରି ଥିବା ପରି ଗୁରୁତର ଅଭିଯୋଗ ହୋଇଛି। ପ୍ରକାଶ ଯେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟ ଗ୍ରାମର ଦୁଇ ଭଉଣୀ କିଛି ନିର୍ଦିଷ୍ଟ ଦାବି ନେଇ ଗତ ଦୁଇ ଦିନ ହେବ ଏକ ଟେଣ୍ଟ କରି ଧାରଣା ଦେଇଥିଲେ। ଗତ ରବିବାର ରାତିର ସୁଯୋଗ ନେଇ ତାଙ୍କୁ ଏକୁଟିଆ ପାଇ କାଳୁ ନାୟକ ନାମକ ଜଣେ ଯୁବକ ଉକ୍ତ ଟେଣ୍ଟ ଭିତରେ ପଶି ଅସଦାଚରଣ କରି ଥିବା ସହ ବଡ ଭଉଣୀକୁ ଜୋର ଜବରଦସ୍ତ କରିବା ଆରମ୍ଭ କରିଥିଲା। କୌଶଳ କ୍ରମେ ସାନ ଭଉଣୀ ଟେଣ୍ଟରୁ ବାହାରି ଦଉଡି ଯାଇ ମହାତ୍ମା ଗାନ୍ଧୀ ମାର୍ଗ ଛକରେ ଥିବା ପୋଲିସକୁ ଜଣାଇଥିଲେ। ତୁରନ୍ତ ପୋଲିସ କର୍ମଚାରୀ ସୂଚନା ପାଇ ଉକ୍ତ ଅଭିଯୁକ୍ତକୁ ଅସଂଜତ ଅବସ୍ଥାରେ ଉଦ୍ଧାର କରି ଗିରଫ କରିଥିଲା।
ଧାରଣାରତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଘଟଣାସ୍ଥଳରୁ ଯୁବକ ଗିରଫ
