Odiapua.com

ଧାମରା ସାମୁଦ୍ରିକ ଥାନାକୁ ଖରାପ ଜିପ ଯୋଗାଣ, ଦାଗୀଙ୍କ ପୁଷମାସ ତ ଥାନାଧିକାରୀଙ୍କ ସର୍ବନାଶ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦେଶକ୍ରମେ କେଉଁ ଥାନାକୁ ୨ଟି ଭଲ ବଲେରୋ ଯୋଗାଇ ଦିଆଯାଉଥିବା ବେଳେ ଆଉ କେଉଁ ଥାନା ଏବଂ ଫାଣ୍ଡିକୁ ପୁରୁଣା ଗାଡି(ଜିପ) ଯୋଗାଇ ଦିଆ ଯାଉଛି ବୋଲି ଚର୍ଚା ଚାଲିଛି । ଏପରିକି ଏହି ଖରାପ ଗାଡି ପାଇଥିବା ଫାଣ୍ଡି ଅଧିକାରୀ/ଥାନାଧିକାରୀ କେତେବେଳେ ଦାଗୀଙ୍କୁ ଧରି ଆଣି ଏହି ଖରାପ ଜିପରେ ବସାଇ ଷ୍ଟାର୍ଟ ମାରିବା ବେଳକୁ ଜିପ ଷ୍ଟାର୍ଟ ନ ହେବା ଏବଂ ଏହି ପରିସ୍ଥିତିରେ ଦାଗୀଙ୍କୁ ଧରିବାକୁ ଯାଇଥିବା ଥାନା ଷ୍ଟାଫ ଏବଂ ସର୍ବସାଧାରଣ ଜିପକୁ ସର୍ବସମ୍ମୁଖରେ ଠେଲି ଠେଲି ଷ୍ଟାର୍ଟ କରିବା ଏବଂ ଏହା ଷ୍ଟାର୍ଟ ନହେବା କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ଏହି ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହି ଭିଡିଓ କୁ ବହୁ ଲାଇକ ମିଳୁଛି ଏବଂ ବହୁ ଲୋକ ଏହାକୁ ସେୟାର ମଧ୍ୟ କରି ଚାଲିଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି କିଛି ଦିନ ତଳେ କିଛି ଆସାମୀ ମାନଙ୍କୁ ଧରିବାକୁ ଧାମରା ସାମୁଦ୍ରିକ ଥାନାଧିକାରୀ ଏବଂ ତାଙ୍କ ଟିମ ଜାଗୁଳା ଗ୍ରାମକୁ ଯାଇଥିଲେ । ସଂପୃକ୍ତ ଦାଗୀ ମାନଙ୍କୁ ଧରି ଆଣି ସାମୁଦ୍ରିକ ଥାନା ଟିମ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଯୋଗାଇ ଦେଇଥିବା ଜିପ (ଓଆର ୦୨ବିଏ‘୮୬୧୫)ରେ ବସାଇବା ପରେ ଜିପର ଚାଳକ ଷ୍ଟାର୍ଟ ମାରିଥିଲେ ।

ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହା ଷ୍ଟାର୍ଟ ନ ହେବାରୁ ସମସ୍ତ ଦାଗୀ ମାନଙ୍କୁ ଜିପରୁ ଓହ୍ଲାଇ ଦେଇ ମେରାଇନ ଥାନାର କିଛି କର୍ମଚାରୀ ସାଧାରଣ ଜନତାଙ୍କ ସାହାରା ନେଇ ଏଇ ଜିପ ଟି ଷ୍ଟାର୍ଟ କରିବାକୁ ଚେଷ୍ଟା ଚଳାଇଥିଲେ । ବହୁ ସମୟ ପରେ ଜିପଟି ଷ୍ଟାର୍ଟ ହେବା ପରେ ଧାମରା ମେରାଇନ ଥାନାର କର୍ମଚାରୀ ମାନେ ଆସି ଧାମରା ମେରାଇନ ଥାନାରେ ପହଂଚିଥିଲେ । ଏଠାରେ ପୁଲିସ ପ୍ରଶାସନର ପାରିବାର ପଣିଆକୁ ନେଇ ପ୍ରଶ୍ନ ଉଠେ କଣ କୌଣସି ଅସୁବିଧାରେ ସାଧାରଣ ଜନତା ପୁଲିସ କୁ ଫୋନ କରି ସାହାଯ୍ୟ ମାଗିଲେ କଣ ଧାମରା ମେରାଇନ ଥାନାଧିକାରୀ ଏହି ଭଙ୍ଗା ଅସଜଡା ଜିପକୁ ନେଇ ସାଧାରଣ ଜନତାଙ୍କ ପାଖରେ ପହଂଚି ଲୋକଙ୍କୁ ଠିକ ସମୟରେ ସାହାଯ୍ୟ କରିପାରିବାର ପଣିଆ ଅଛିତ? ନଚେତ ବେଳ ଥାଉ ଥାଉ ପୁଲିସ ପ୍ରଶାସନ ସାବଧାନ ହେବା ଜରୁରୀ । ତୁରନ୍ତ ଧାମରା ମେରାଇନ ଥାନା କୁ ଏହି ପୁରୁଣା ଜିପ ବଦଳାଇ ନୂତନ ଗାଡି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।