Odiapua.com

ଧାମରା ସାଇ ଅନନ୍ତ ଇଂଟରନେସନାଲ ସ୍କୁଲର ବାର୍ଷିକୋତ୍ସବ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଳାର ଧାମରା ରେ ଥିବା ସାଇ ଅନନ୍ତ ଇଂଟରନେସନାଲ ସ୍କୁଲର ୧୯ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଞନ କୁମାର ମଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ବେହେରା ମୁଖ୍ୟ ବକ୍ତା ଭାବେ ପ୍ରତାପ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ନବକିଶୋର ସେଠୀ ଯୋଗ ଦେଇଥିଲେ । ମଂଚାସୀନ ଅତିଥି ମାନେ ନିଜ ବକ୍ତବ୍ୟରେ ପିଲା ମାନଙ୍କୁ ଦିଗଦର୍ଷଣ ଦେବା ସହ ଶୈଶବରୁ କିପରି ଏବଂ କେଉଁ ବିଦ୍ୟା ଶିକ୍ଷା କଲେ ଆଗାମୀ ଦିନରେ ସେମାନେ ନିଜ ଗୋଡରେ ନିଜେ ଛିଡା ହେବା ସହ ସମାଜକୁ ଦିଗଦର୍ଷଣ ଦେବେ ତାହା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟର ପତିଷ୍ଠାତା ଅତୁଲ କୁମାର ଜାନା ନିଜ ବକ୍ତବ୍ୟରେ ଧାମରା ଅଂଚଳରେ କୌଣସି ବେସରକାରୀ ଶିକ୍ଷାନୁଷ୍ଠାନ ନଥିବା ବେଳେ ସେ କିପରି ଜୀବନ ସହ ସଂଘର୍ଷ କରି ଆଜି ଭଳି ଦିନରେ ଏହି ବିଦ୍ୟାଳୟ ଗଠନ କରି ଚର୍ଚାକୁ ଆସିଛନ୍ତି ସେ ବିଷୟରେ ନିଜର ଭାଷଣ ରଖିବା ସହ ଆଗାମୀ ଦିନରେ ଏହି ବିଦ୍ୟାଳୟରେ ସେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ମନସ୍ଥ କରିଥିବା କଥା କହିଥିଲେ । ମଂଚାସୀନ ସୁବ୍ରତ କୁମାର ଧଳ ଏବଂ ସମାଜସେବୀ ନରହରି ମଲିକ ଏହି ବିଦ୍ୟାଳୟରୁ ଛାତ୍ରଛାତ୍ରୀ କିପରି କୃତିତ୍ୱର ସହ ପାଶ କରି ଭଳ ଭଲ ଶିକ୍ଷାନୁଷ୍ଠାନ ସହ ଜଡିତ ହୋଇଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ଅନାମିକା କର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ଉପସ୍ଥିତ ଥିବା ଅତିଥି ମାନେ ବିଦ୍ୟାଳୟର ମୁଖପତ୍ର ଅନ୍ୱେଷା ପତ୍ରିକା ଉନ୍ମୋଚନ କରିଥିଲେ । ବିଦ୍ୟାଳୟରେ ହୋଇଥିବା ଖେଳ କୁଦରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ବିଦ୍ୟାଳୟର ଶିକ୍ଷକ ଆକାଶ ସାରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।