Odiapua.com

ଧାମରା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଅଂଟା ଭିଡିଲା ପ୍ରଶାସନ, ୩ମାସ ମହଲତ ପାଇଁ ଅନୁରୋଧକୁ ପ୍ରଶାସନର ଅଗ୍ରାହ୍ୟ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ସମସ୍ତ ସରକାରୀ ଜମିରୁ ଜବରଦଖଲ କାରୀଙ୍କ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଂଟା ଭିଡିଛି ମାତ୍ର ଏହି ଅଂଟା ଭିଡାରୁ କେବେ ସୁଫଳ ମିଳିବ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ ଉଲ୍ଲେଖଯୋଗ୍ୟ ଧାମରା ରାଜସ୍ୟ ନିରୀକ୍ଷକଙ୍କ ଅଧିନରେ ଥିବା ଝାଡକଟା ମୌଜାରେ ମୋଟ ସ୍ଥିତିବାନ ସମ୍ପତିର ପରିମାଣ ୮୦୪ଏକର। ସ୍ଥିତିବାନ ସମ୍ପତି ବ୍ୟତୀତ ଝାଡକଟା ମୌାଜାରେ ୧୫ଏକର ପତିତ ଜମି, ୪୩ଏକର ଗୋଚର, ୨୮ଏକର ଉନ୍ନତ ଯୋଜନା ଯୋଗ୍ୟ୪୬ ଏକର ଗ୍ରାମ୍ୟ ଜଙ୍ଗଲ ଏବଂ ଅନ୍ୟାନ୍ୟ ସରକାରୀ ଜମି ୧୨୬ ଏକର ଏହିପରି ସମୁଦାୟ ସରକାରୀ ଜମିର ପରିମାଣ ୨୫୮ ଏକର ବୋଲି ରାଜସ୍ୱ ବିଭାଗ ନିକଟରୁ ପ୍ରକାଶ। ଏହି ମୌଜାରେ ସ୍ଥାବର ଏବଂ ଅସ୍ଥାବର(ସରକାରୀ) ସମ୍ପତି ମିଶି ସମୁଦାୟ ୧୦୬୨ ଏକର ହୋଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଏହି ମୌାଜରେ ପତିତ, ଗୋଚର ,ଗ୍ରାମ୍ୟ ଜଙ୍ଗଲ ଜମି ଗୁଡିକ ଆଜି ଭଳି ଦିନରେ ଜବରଦଖଲକାରୀଙ୍କ କବଜାରେ। ଏହି ସମସ୍ତ ଜବରଦଖଲକାରୀଙ୍କ ନିଜର ସ୍ଥିତିବାନ ସମ୍ପତି ଥିବା ସତ୍ୱେ ସେମାନେ ଦୀର୍ଘ ବର୍ଷ ବର୍ଷ ଧରି ୨୫୮ ଏକର ଜମି ନିଜ କବଜାକୁ ନେଇନିଜର ସ୍ଥିତିବାନ ସମ୍ପତ ଭାବେ ବ୍ୟବହାର କରି ଆସୁଥିବା ବେଳେ ଏହି ଜମିରୁ ଏହି ଜବରଦଖଲକାରୀଙ୍କୁ ହଟାଇବା କାଠିକର ପାଠ ହୋଇ ପଡିଛି। ଧାମରା ବନ୍ଦର ନିକଟସ୍ଥ ବାଲିସାହି ମୌଜାରେ ୨୫୬ ଏକର ସ୍ଥିତିବାନ ସମ୍ପତି ଥିବା ବେଳେ ଏହି ମୌଜାରେ ୫ଏକର ପତିତ, ୧୨ଏକର ଗୋଚର, ୧ଏକର ଉନ୍ନତ ଯୋଜନା ଯୋଗ୍ୟ, ୨୧ ଏକର ଗ୍ରାମ୍ୟ ଜଙ୍ଗଲ ଏବଂ ଅନ୍ୟାନ୍ୟ ୩୪ଏକର ଜମି ସରକାରଙ୍କ ଖାତାରେ ଅଛି। ଏହି ମୌଜାରେ ସମୁଦାୟ ଜମି ମଧ୍ୟରୁ ୨୫୬ଏକର ସ୍ଥିତିବାନ ସମ୍ପତି ହୋଇଥିବା ବେଳେ ୪୧ଏକର ସରକାରୀ ସମ୍ପତି। ବିଗତ ଦିନରେ ଦୋସିଙ୍ଗା ମୌାଜରେ ସରକାରୀ ସମ୍ପତି ଯଥା ଶ୍ମଶାନ ସ୍ଥାନ ନଥିବାରୁ ସ୍ଥାନୀୟ ଦୋସିଙ୍ଗା ପଂଚାୟତବାସୀ ଧାମରା ବନ୍ଦର ଆଗରେ ଶବ ରଖି ହରତାଳ କରିଥିବା କଥା ବିଭାଗ ଆଖିରୁ ନିଦ ହଜାଇ ଦେଇଥିଲା। ବର୍ତମାନ ପରିସ୍ଥିତିରେ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ମୌଜା ମାନଙ୍କ ମଧ୍ୟରୁ ଝାଡକଟା ଏବଂ ବାଲିସାହି ମୌାଜରେ ଥିବା ସମସ୍ତ ସରକାରୀ ସମ୍ପତିରୁ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରଚାର ପ୍ରଶାର କରି ୭ଦିନ ମଧ୍ୟରେ ଏହି ସମସ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଚେତାବନୀ ବିରୁଦ୍ଧରେ କିଛି ଜବରଦଖଲକାରୀ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ୩ମାସ ମହଲତ ପାଇଁ ଅନୁରୋଧ କରିଥିଲେ ମାତ୍ର ଜିଲ୍ଲାପାଳ ତୁରନ୍ତ ସେମାନଙ୍କୁ ଏହି ସରକାରୀ ଜମି ରୁ ହଟିଯିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି।