ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ପ୍ରାପ୍ତ ଖବର ଅନୁଯାଇ ଆଜି ଦୋସିଙ୍ଗା ଅଂଚଳର ୨ଯୁବକ ଦୋସିଙ୍ଗା କୁ ଫେରୁଥିବା ସମୟରେ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ଘଟଣା ସ୍ଥଳରେ ଦୋସିଙ୍ଗା ସମିପାଟିଆ ଗ୍ରାମର ରାଜୁ ଖାଟୁଆଙ୍କ ର ମୃତ୍ୟୁ ହୋଇଥିବା ବେଳେ ବାଇକ ଫଛରେ ବସିଥିବା ମୁନ୍ନା ଜେନା ଗୁରୁତ୍ୱର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ରାଜୁ ଖାଟୁଆଙ୍କର ମୃତ୍ୟୂ ଘୋଷଣା କରିଥିବା ବେଳେ ମୁନ୍ନା ଜେନାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ ।