Odiapua.com

ଧାମରା ରେ ୨୪ ଦିବ୍ୟାଙ୍ଗ ପରିବାର ବିଜେପିରେ ସାମିଲ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ହୋଇଯାଇଛି ଏକ ମେଗା ମିଶ୍ରଣ ପର୍ବ । ଏହି ମେଗା ମିଶ୍ରଣ ପର୍ବରେ ଧାମରା ଅଂଚଳର ୨୫ ଦିବ୍ୟାଙ୍ଗ ପରିବାର ବିଜେପି ଦଳର ରାଜ୍ୟ ସଭାପତିଙ୍କୁ ଭେଟି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ଆଗାମୀ ଦିନରେ ମନମୋହନ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହେଲେ ବୋଲି ମତ ରଖିଥିଲେ । ଆଜି ହୋଇଥିବା ଏହି ମିଶ୍ରଣ ପର୍ବରେ ମା ଧାମ,ରାଇ ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ ।୨୫ ଦିବ୍ୟାଙ୍ଗ ପରିବାର ମନମୋହନ ସାମଲଙ୍କୁ ଭେଟିଥିବା ବେଳେ ରାଜ୍ୟ ସରକାର ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ପାତର ଅନ୍ତର ସୃଷ୍ଟି କରୁଥିବା କଥା ବଖାଣିଥିଲେ । ପରେ କଇଥଖୋଲା ପଂଚାୟତରୁ ୫୦ପରିବାର, କରଞମାଳ ପଂଚାୟତରୁ ୩୦ ପରିବାର ଏବଂ ଦୋସିଙ୍ଗା ପଂଚାୟତରୁ ୭୦ପରିବାର ଅନ୍ୟ ରାଜନୈତିକ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କୁ ମନମୋହନ ସାମଲଦଳୀୟ ଉତରୀୟ ଦେବା ସହ ‘ୁଲତୋଡା ଦେଇ ସ୍ୱାଗତ କରିଥିଲେ । ପରେ ଜାଗୁଳା ପଂଚାୟତରେ ହୋଇଥିବା ମିଶ୍ରଣ ପର୍ବରେ ୩୦ରୁ ଉର୍ଦ୍ଧ ପରିବାର ମା ଧାମରାଇ ମଣ୍ଡଳର ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନଙ୍କ ସଭାପତିତ୍ୱରେ ମନ ମୋହନ ସାମଲଙ୍କ ଉପସ୍ଥିତିତରେ ଦଳ ପ୍ରତି ଆସ୍ଥା ପ୍ରକଟ କରି ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଜି ହୋଇଥିବା ଏହି ମହା ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲା ବିଜେପିର ଉପ ସଭାପତି କମଳାକାନ୍ତ ସୂତାର, କୃଷକ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ରାଉଳ, ମା ଧାମରାଇ ମଣ୍ଡଳ ଯୁବ ମୋର୍ଚା ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ପଂଚାୟତ ବିଜେପି ସଭାପତି ପ୍ରଦ୍ୱୀପ ରାଉତ, ରାଜାରାମ ମହାକୁଡ, ପାର୍ଥ ସାରଥି ଦାସ, ଦେବାଶିଷ ବେଉରା,ଅବଦୁଲ ଆହେଦ ଖାନ, ବାପୁଜୀ ମାଝୀ, କୃଷକ ମୋର୍ଚା ଜିଲ୍ଲା ସଭାପତି ଅଶୋକ କୁମାର ରାଉଳ,ବରିଷ୍ଠ ନେତା କାହ୍ନୁ ଚରଣ ବେହେରା ପ୍ରମୁଖ ମଂଚାସୀନ ଥିଲେ ।