Odiapua.com

ଧାମରା ରେ ଦ୍ୱିବେଦୀ ଫାଉଣ୍ଡେସନ ଟି ୨୦ ପ୍ରିମିୟର ଲିଗ କ୍ରିକେଟ କପ ଉଦଯାପିତ, ଫାଇନାଲରେ ଧାମରାକୁ ହରାଇ ଦୋସିଙ୍ଗା ବିଜୟୀ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରା ଠାରେ ଦ୍ୱିବେଦୀ ଫାଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଦ୍ୱିବେଦୀ ଫାଉଣ୍ଡେସନ ଟି ୨୦ ପ୍ରମିୟର ଲିଗ କ୍ରିକେଟ କପ ଉଦଯାପିତ ହୋଇ ଯାଇଛି । ୧୬ଟି ଟିମକୁ ନେଇ ଆରମ୍ଭ ହୋଇଥିବା ଏହି ଖେଳ ୮ଦିନ ଧରି ଚାଲିଥିଲା । ଆଜିର ଫାଇନାଲ ମ୍ୟାଚରେ ଧାମରା ଲିଜେଣ୍ଡ ଏମଡି ସ୍ପୋର୍ଟିଂ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଧାରିତ ୨୦ଓଭରରେ ୧୧୪ରନ କରି ଧାମରା ଲିଜେଣ୍ଡର ସମସ୍ତ ଖେଳାଳି ଆଉଟ ହୋଇ ଯାଇଥିଲେ । ଏହାର ଜବାବରେ ଦୋଷିଙ୍ଗା ଟାଉନ କ୍ଲବ ୧୬.୨ ଓଭରରେ ୫ଓିକେଟ ହରାଇ ୧୧୫ରନ କରି ବିଜୟୀ ହୋଇଥିଲା । ଉଦଯାପନୀ ଉସ୍ତବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଯୋଗ ଦେଇ ବିଜେତା ଦଳ କୁ ଏଗାର ହଜାର ଏକଶହଏଗାର ଓ ସିଲ୍ଡ ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳକୁ ୬୬୬୬ଟଙ୍କା ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବଦ୍ରିନାରାୟଣ ଦାସଙ୍କୁ ୧୧୧୧ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଭାବେ ଦୋଷିଙ୍ଗା ଟାଇନ କ୍ଲବର ଶିବୁ ଯାଦବଙ୍କୁ ୨୨୨୨ଟଙ୍କା ପ୍ରଦାନ କରିଥିଲେ ।

୮ଦିନ ଧରି ଚାଲିଥିବା ଏହି ଖେଳଟିକୁ ଅମ୍ପାୟାର ଭାବେ ଏସ କେ ମଲିକ ଏବଂ ଶରତ ଜେନା ପରିଚାଳନା କରିଥିଲେ । ସ୍କୋର ପରିଚାଳନାରେ ବଳରାମ ମଣ୍ଡଳ, ଦୀପକ ମହାନ୍ତି,ସଦାନନ୍ଦ ଦାସ ସହଯୋଗ କରିଥିବା ବେଳେ ଧାରା ବିବରଣୀ ପବିତ୍ର ହାତୀ ଶ୍ରୀଧର ମାଝୀ, ପ୍ରହଲାଦ ଦାସ ପ୍ରଦାନ କରିଥିଲେ । ଖେଳର ପ୍ରାରମ୍ଭରେ ଧାମରା ଲିଜେଣ୍ଡ ଖେଳାଳୀ ମାନଙ୍କୁ ସେନା ବାହିନୀର କର୍ମଚାରୀ ନରହରି ମଲି, ପ୍ରୟରଞନ ପ୍ରଧାନ ସୂର୍ଯ୍ୟକାନ୍ତ ବିଶ୍ୱାଳ ଏବଂ ରଞ୍ଜନ ମହାନ୍ତି ପ୍ରମୁଖ ଫୁଲତୋଡା ଏବଂ ଉତରୀୟ ପ୍ରଦାନ କରି ସେମାନଙ୍କ ଉତ୍ତୋରତର କାମନା କରିଥିଲେ । ଉଦଯାପନୀ ଉତ୍ସବରେ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା,ଧାମରା ପଂଚାୟତର ସମିତି ସଭ୍ୟ ତଥା ସମାଜସେବୀ ପ୍ରିୟରଞ୍ଜନ ଜେନା, ଜାଗୁଳା ପଂଚାୟତ ସରପଂଚ ସୁରେଶ ସେଠୀ, ସାଇ ଅନନ୍ତ ଇଂଟରନେସନାଲ ବିଦ୍ୟାଳୟର ନିର୍ଦେଶକ ଅତୁଲ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଧାମରା ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ପପୁ ଦ୍ୱିବେଦୀ ,ସୁବାଶ ବାରିକ, ନରେନ୍ଦ୍ର ଲେଙ୍କା, ସୁବାସ ଦାସ, ଜ୍ଞାନରଞ୍ଜନ ମଲିକ, ଦିଲିପ ଜେନା,ରାଧାଶ୍ୟାମ ଲେଙ୍କା, ସଞ୍ଜୟ ଜେନା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।