Odiapua.com

ଧାମରା ରେ ଟ୍ରକ ମାଡିଯାଇ ଯୁବକ ମୃତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ଘଟଣାରୁ ପ୍ରକାଶ ଧାମରା ପଂଚାୟତ ଝାଡକାଟି ଗ୍ରାମର ବାବୁ ଜାନାଙ୍କ ପୁଅ ଶଙ୍କର(୩୦) ସାଇକେଲ ନେଇ ଧାମରାରେ ଥିବା ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ । ଏହି ସମୟରେ ଧାମରାରୁ ବରଫ ନେଇ କଇଥଖୋଲା ଅଭୁମୁଖେ ଯାଉଥିବା ଟ୍ରକ(ଓଆର-୦୪ଏଲ -୦୮୭୯)ଟି ଶଙ୍କରକୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ତାଙ୍କ ଅନ୍ତବୁଜୁଳା ବାହାରି ଆସିବା ସହ ତାଙ୍କର ମୃତ୍ୟୁ ଘଟିଥିଲା ।ଘଟଣାସ୍ଥଳରେ ପୁଲିସ ପହଂଚି ଟ୍ରକଟିକୁ ଜବତ କରିବା ସହ ଟ୍ରକର ଚାଳକକୁ ଅଟକ ରଖି ଶବ ବ୍ୟବଛେଦ ପାଇଁ ଭଦ୍ରକକୁ ପଠାଇଛନ୍ତି ।