Odiapua.com

ଧାମରା ମେରାଇନ ଥାନା ଦ୍ୱାରା ବିନୟ ନାଥଙ୍କ ନିକଟରୁ ୭୫ବୋତଲ ବିଦେଶୀ ମଦ ଜବତ, ନିଜର ଅଭିଳାଷ ପୂରଣ ହେବା ପରେ ଛାଡିଦେଲେ ଥାନାଧିକାରିଣୀ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ମେରାଇନ ଥାନା ଦ୍ୱାରା ୭୫ ବୋତଲ ବିଦେଶୀ ମଦ ଜବତ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ବଜାର ଠାରୁ ମାତ୍ର ଶହେ ମିଟର ଦୂରରେ ଏକ କ୍ୟାବିନରେ ଦୀର୍ଘ ଦିନ ଧରି ମଦ ବିକ୍ରି ହୋଇ ଆସୁଛି। ଏହି ଖବର ପ୍ରକାଶ ପାଇବା ପରେ ମଧ୍ୟ ଅବକାରୀ ବିଭାଗ ହଁ ଦେଖିବା ରେ କାମ ଚଳାଇ ଦେଉଥିବା ବେଳେ ଗତକାଲି ରାତିରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ଏବଂ ଷ୍ଟାଫ ମାନେ ଯାଇ ସଂପୃକ୍ତ ଦୋକନକୁ ରେଡ କରିବା ସମୟରେ ୭୫ଟି ବିଦେଶୀ ମଦ ଜବତ କରିଥିଲେ ଯାହାର ଓଜନ ୧୪ଲିଟର ବୋଲି ଜଣାଯାଇଛି । ପରେ ସଂପୃକ୍ତ ଦୋକାନୀ ବିନୟ ନାଥକୁ ଧାମରା ସାମୁଦ୍ରିକ ଥାନାଧିକାରିଣୀ ଛାଡି ଦେଇଥିଲେ।କେଉଁ ପରିସ୍ଥିତିରେ ସଂପୃକ୍ତ ଥାନାଧିକାରିଣୀ ସଂପୃକ୍ତ ଦୋଷୀ ଯିଏକି ଦିନକୁ ଦିନ ଧାମରା ଅଂଚଳରେ ଚୋରା ମଦ ର ବନ୍ୟା କରି ଆସୁଥିବା ବେଳେ ସଂପୃକ୍ତ ବ୍ୟକ୍ତିକୁ କୋର୍ଟ ଚାଲାଣ ନକରି ଧାମରା ମେରାଇନ ଥାନାରୁ ଛାଡିଦେଲେ ତାହାର ତଦନ୍ତ ହେବା ଜରୁରୀ। ଏଥିସହ ଧାମରା ମାଛ ମାର୍କେଟ ଏବଂ ପାନ ଦୋକାନ ଏପରିକି ଧାମରା ଅଂଚଳର ଛୋଟ ଛୋଟ ଛୁଆ ନିଜ ନିଜ ବାଇକରେ ବୁଲି ଘରକୁ ଘର ମଦ ଯୋଗାଉଥିବା ବେଳେ କାଁ ଭାଁ ଗୋଟିଏ ଦୁଇଟି ମଦ ଜବତ କରି ଅବକାରୀ ବିଭାଗ ଏବଂ ଥାନାଧିକାରୀ ସେମାନଙ୍କ କାର୍ଯ୍ୟ ଶେଷ ହୋଇ ଗଲା ବୋଲି ଭାବୁଥିବା ବେଳେ ଏହି ଚୋରା ବେପାରୀଙ୍କୁ ସଂପୃକ୍ତ ଅଧିକାରୀ ପ୍ରଶ୍ରୟ ଦେଉଛନ୍ତି ବୋଲି ଚର୍ଚା ଚାଲିଛି। ଏଥିପ୍ରତି ଅବକାରୀ ସୁପରିଟେଣ୍ଡ ଏବଂ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାକୁ ଦାବୀ ହୋଇଛି।