ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ମହୋତ୍ସବ ର ତୃତୀୟ ବାର୍ଷିକ ଶେଷ ସନ୍ଧ୍ୟାରେ ଉପସ୍ଥିତ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଜଗନ୍ନାଥଙ୍କ ପାଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହୋତ୍ସବ କମିଟିର ସ୍ଥାୟୀ ସଭାପତି ବଳଭଦ୍ର ଲେଙ୍କା ନିଜର ସ୍ୱାଗତ ଭାଷଣ କରିଥିବା ବେଳେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଦଳ ମତ ନିର୍ବିଶେଷରେ ସବୁ ଏକାଠି ହୋଇ କାର୍ଯ୍ୟ କଲେ ଅଂଚଳର ସମସ୍ତ ଅସମ୍ଭବ କୁ ସମ୍ଭବ କରାଯାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ମଧୁସ୍ମିତା ସେଠୀ ଯୋଗ ଦେଇ କବିତା ଆବୃତି କରିବା ସହ ଅଂଚଳର ତଥା ଧାମରାଇଙ୍କ ଉନ୍ନତି ପାଇଁ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉଦୟ ନାରାୟଣ ମଲିକ ଧାମରା ଅଂଚଳର ସର୍ବାଙ୍ଗୀନ ଉନ୍ନତି ଆଶା କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରମୋଦ ନାୟକ, ରୁଦ୍ର ନାରାୟଣ ମହାନ୍ତି, ଜାଗୁଳା ସରପଂଚ ସୁରେଶ ସେଠୀ, ବନବିହାରୀ ମାଇତି, ସୁରେଶ ମାହୁନ୍ତ, ପାପା ଜେନା, ଶରତ ଦଳେଇ, ସୁଦର୍ଶନ ଲେଙ୍କା,ରଞ୍ଜନ ସାହୁ ପ୍ରମୁଖ ମଂଚାସୀନ ଥିବା ସହ ଧାମରା ମହୋତ୍ସବର ଉତୋରତର କାମନା କରିଥିଲେ। ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଧାମରା ମହୋତ୍ସବର ୩ୟ ବାର୍ଷିକ ଶେଷ ସନ୍ଧ୍ୟାରେ ମନୋରଞନ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ନିତ୍ୟାନନ୍ଦ ଦାସ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ ହରାଇ ମଧ୍ୟ ଆଜି ଭଲି ଦିନରେ କେବଳ ଜାତୀୟ ନୁହେଁ ଅ।।ର୍ନ୍ତଜାତିକ ସ୍ତରରେ ଜଣେ ଓଡିଶୀ ନୃତ୍ୟ ଗୁରୁ ହେବା ସହ ଭଦ୍ରକ ଜିଲ୍ଲା ତଥା ଓଡିଶାର ନାଁକୁ ବିଶ୍ୱ ଦରବାରରେ ପହଂଚାଇ ପାରିଛନ୍ତି ତାହା ମଧ୍ୟ ଏକାଙ୍କିକା ମାଧ୍ୟମରେ ର୍ପଦର୍ଶନ କରାଯାଇଥିଲା। ଏଥିସହ ଗୁଜରାଟରୁ ଆସିଥିବା ଦିବ୍ୟାଙ୍ଗ କମଲେଶ ପଟେଲ ୨ହାତ ଦ୍ୱାରା ନୃତ୍ୟ ପରିବେଷଣ ,ପବିତ୍ର ପ୍ରଧାନ ଏବଂ ଶ୍ରୀଦତ ଭୋଳଙ୍କ ଦ୍ୱାରା ଓଡିଶୀ, ନୃତ୍ୟାତ୍ମା ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ ,ବିଣାକେଶରୀ ନୃତ୍ୟ ମଞରୀ ଅନୁଷ୍ଠାନ ଦ୍ୱାରା ଫକ ଡ୍ୟାନ୍ସ ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସଂସ୍କୃତି ବିଭାଗ,ଅଚ୍ୟୁତ ସାମନ୍ତଙ୍କ କିଟ ଏବଂ ଧାମରାଇ ମକର ମେଳା କମିଟିର ସହଭାଗିତାରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ବର୍ଷରେ ଏହାକୁ କିପରି ଲୋକାଦୃତ କରାଯାଇ ପାରିବା ସହ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦୃଷ୍ଟି ଦେବ ସେଥିପ୍ରତି ମଧ୍ୟ ମତ ପ୍ରକାଶ ପାଇଥିଲା।