Odiapua.com

ଧାମରା ବିଜେପିର ଗୋଷ୍ଠୀ କନ୍ଦଳ, ପ୍ରତିବାଦ ସଭାରେ ରଣହୁଙ୍କାର

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମଧ୍ୟ ଥମୁନି ତାତି । ବିଜେପିର ଗୋଷ୍ଠୀ କନ୍ଦଳ କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ଧାମରାଇ ମନ୍ଦିର ନିକଟରେ ଥିବା ସଭା ଗୃହରେ ଧାମରା ପଂଚାୟତ ବିଜେପି ସଭାପତି ପ୍ରଦ୍ୱୀପ ରାଉତ ଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଧାମରା ତଥା ଜାଗୁଳା ପଂଚାୟତର ବିଜେପିର ବହୁ ସଦସ୍ୟ ଏହି ପ୍ରତିବାଦ ସଭାରେ ଉପସ୍ଥିତ ରହିବା ସହ ଆଜି ଭଳି ଦିନରେ ଧାମରା ତଥା ଚାନ୍ଦବାଲି ଅଂଚଳରେ ବିଜେପି ଦଳକୁ ପୁନଃରୁଥାନ କରିଥିବା ବହୁ ବୟୋବୃଦ୍ଧ ବ୍ୟକ୍ତି ମାନଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏଥିସହ ଚଳିତ ନିର୍ବାଚନ ଠାରୁ ବାତ୍ୟା ଦାନା ପର୍ଯ୍ୟନ୍ତ ଏହି ସଦସ୍ୟ ମାନଙ୍କୁ ସବୁ ସମୟରେ ଅନଦେଖା କରିବା ସହ କୌଣସି ବିଷୟରେ ତାଙ୍କ ଠାରୁ କୌଣସି ମତାମତ ନେଉ ନାହାନ୍ତି ବୋଲି ଉପସ୍ଥିତ ସଦସ୍ୟ ମାନେ ନିଜର ମତ ରଖିଥିଲେ। ଏହା ସହ ଧାମରା ବୋଇତ ବନ୍ଦାଣ କୁ ନେଇ ନୂତନ ଭାବେ ଆସି ବିଜେପିରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ କେବଳ ପଦ ପଦବୀ ପାଇଁ ଲାଳାୟିତ ଏବଂ ସେମାନେ କେବଳ ନିଜ ସ୍ୱାର୍ଥ ବ୍ୟତୀତ ଦଳର ସ୍ୱାର୍ଥକୁ ପଦା ରେ ପକାଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଏହାକୁ ନେଇ ଉପସ୍ଥିତ ଶତାଧିକ ସଦସ୍ୟ ଆଗାମୀ ଦିନରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିବା ସହ ଦରକାର ପଡିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦଳରେ ଚାଲିଥିବା ସମସ୍ତ ଅରାଜକତା ବିଷୟରେ ଅବଗତ କରାଇବେ ବୋଲି ମତ ପ୍ରକାଶ ପାଇଥିଲା। ଆଜି ହୋଇଥିବା ଏହି ପ୍ରତିବାଦ ସଭାରେ ଧାମରା ପଂଚାୟତ ବିଜେପି ସଭାପତି ପ୍ରଦ୍ୱୀପ ରାଉତ, କାର୍ତିକ ଗୁଡିଆ, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା, ମନୋଜ ଲେଙ୍କା, ବାପୁଜୀ ମାଝୀ ପ୍ରମୁଖ ମଂଚାସୀନ ଥିବା ବେଳେ ଶତାଧିକ ବିଜେପି କର୍ମୀ ଏହି ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ।