Odiapua.com

ଧାମରା ବସଷ୍ଟାଣ୍ଡ ପାଇଁ ୩୦ ଦୋକାନୀ ସରକାରୀ ସ୍ଥାନରୁ ଉଠିଯିବା ପାଇଁ ତହସିଲଦାରଙ୍କ ନିର୍ଦେଶ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ଦୀର୍ଘ ଦିନ ହେବ ଏକ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଦକ୍ଷିଣଧାମରା ମୌଜାରେ ଖାତା ନଂ ୬୦ ଏବଂ ପ୍ଲଟ ନଂ ୩୩୪ରେ ଥିବା ୬୦ ଡେସିମିଲ ଜାଗାରେ ଏହି ବସଷ୍ଟାଣ୍ଡ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ପ୍ଲଟଟି ବର୍ତ୍ତମାନ ୩୦ ଦୋକାନୀଙ୍କ କବଜାରେ ଥିବା ବେଳେ ଏହି ଦୋକାନୀ ମାନଙ୍କୁ ଉଛେଦ କରିବାକୁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ନୋଟିସ ଜାରୀ କରିଛନ୍ତି । ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ଉଠା ଦୋକାନୀ ମାନେ ସେମାନଙ୍କ ଅସ୍ଥାବର ସମ୍ପତିକୁ ନେଇ ଉଠିଯିବା ଜରୁରୀ ନଚେତ ପ୍ରଶାସନ ବାଧ୍ୟ ହୋଇ ସେମାନଙ୍କୁ ଉଛେଦ କରିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତ ଦୋକାନୀ ମାନଙ୍କୁ ଜଣାଇ ଦିଆ ଯାଇଛି ।