Odiapua.com

ଧାମରା ବନ୍ଦର କମ୍ପାନୀ ଠିକା କର୍ମଚାରୀଙ୍କ ମୃତ୍ୟୁ

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦରରେ ନିଯୁକ୍ତ ଥିବା ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ସଂପୃକ୍ତ ବ୍ୟକ୍ତି ପୋଟୁସ ଷ୍ଟଫୋ(୩୨) ଧାମରା ବନ୍ଦର କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ସେ ନିଜ ଘର ଝାରଖଣ୍ଡରୁ ଆସି ଆଜି ଧାମରାରେ ପହଂଚିବା ପରେ ଏକ ଚା ଦୋକାନରେ ଚା ପିଉଥିବା ସମୟରେ ଟଳି ପଡିଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।ସଂପୃକ୍ତ ବ୍ୟକ୍ତି ଜଣକ ହୃଦଘାତରେ ମରିଥିବା ନେଇ ଆଶଙ୍କା କରାଯାଉଛି । ମୃତ ବ୍ୟକ୍ତିଙ୍କ ଶଳାଙ୍କ ଲିଖିତ ଅଭିଯୋଗ ଅନୁଯାଇ ଧାମରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।