Odiapua.com

ଧାମରା ବନ୍ଦର ଆଗରୁ ୮ପେଟୀ ବିଦେଶୀ ମଦ ଜବତ

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଧାମରା ବନ୍ଦର ୩ନଂ ଗେଟ ନିକଟରୁ ଆଜି ୫ପେଟୀ ମଦ ଜବତ ହୋଇଛି। ଭଦ୍ରକ ଅବକାରୀ ବିଭାଗ ଦ୍ୱାରା ଏହି ମଦ ଜବତ ହୋଇଥିବା ବେଳେ ଏହି ମଦ ବେପାର କରୁଥିବା ତ୍ରିଲୋଚନ ଧଡାଙ୍କୁ ଅବକାରୀ ବିଭାଗ ଗିରଫ କରିଛି ବୋଲି ସୂଚନା ମିଳିଛି। ପ୍ରାପ୍ତ ଖବର ଅନୁଯାୟୀ ଦୀର୍ଘ ଦିନ ହେବ ଧାମରା ବନ୍ଦର ଆଗରେ ବହୁ ଦୋକାନୀ ଚୋରା ମଦ କାରବାର କରି ଆସୁଛନ୍ତି।ଏହି ଚୋରା ବେପାର କଥା ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ବେପାରୀ ସ୍ଥାନୀୟ ପୁଲିସ ଏବଂ ଅବକାରୀ ବିଭାଗକୁ ମାସିକିଆ ବଟି ଦେଇ ଏହି ବେପାର କରି ଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ପରେ ଅବକାରୀ ଏସପିଙ୍କ ନିର୍ଦେଶ କ୍ରମେ ଆଜି ଅପରାହ୍ଣ ୧୨ଟା ସମୟରେ ତ୍ରିଲୋଚନ ଧଡାଙ୍କ ନିକଟରୁ ଅବକାରୀ ବିଭାଗ ୫ପେଟି ବିୟର ଏବଂ ୩ପେଟି ରମ ଜବତ କରିଥିଲା।