Odiapua.com

ଧାମରା ବନ୍ଦରରେ ଅଘଟଣ, ବିନା ସୁରକ୍ଷାରେ ରେଳ ଓଭରବ୍ରିଜରୁ ଖସି ଶ୍ରମିକ ଗୁରୁତ୍ୱର

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର ରେ ପୁଣି ଏକ ଅଘଟଣ ଘଟି ଏକ ଶ୍ରମିକ ଗୁରୁତ୍ୱର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛି । ଘଟଣାରୁ ପ୍ରକାଶ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ପ୍ରକାଶ ସାମଲଙ୍କ ପ୍ରିୟଙ୍କା ଇଞିନିୟରିଂ ଓାର୍କସ କମ୍ପାନୀର ଏକ ଶ୍ରମିକ ବିନା ସୁରକ୍ଷା କବଚରେ ଭୂମି ଠାରୁ ୪୦ଫୁଟ ଉଚ୍ଚ ରେଳପୋଲରେ କାର୍ଯ୍ୟ କରୁଥିଲା । ଏହି ସମୟରେ ଓଭର ବ୍ରିଜରେ ଥିବା ସ୍ଲାବ ଭାଙ୍ଗିଯାଇଥିଲା, ଫଳରେ ଉକ୍ତ ଶ୍ରମିକଟି ଖସି ପଡି ରେଳ ଲାଇନରେଥିବା ବିଦ୍ୟୁତ ତାରରେ ଆଘାତ ପାଇ ଭୂମିରେ ପଡିଯାଇଥିଲା । ଉକ୍ତ ଶ୍ରମିକର ଘର ମତୋ ଫାଣ୍ଡି ଅଧିନସ୍ଥ ଉତୁକୁଡା ପଂଚାୟତ ର ମୃଗନୟନୀ ଗ୍ରାମର ସ୍ୱର୍ଗତ ଜିତେନ୍ଦ୍ର ବିଶ୍ୱାଳଙ୍କ ଏକ ମାତ୍ର ରୋଜଗାର କ୍ଷମ ପୁଅ ମାନସ (୨୫) ।ମାନସ ରେଳପୋଲରୁ ଖସି ପଡିଥିବା ସମୟରେ ତାଙ୍କର ଅଂଟାହାଡ ସଂପୂର୍ଣଭାଙ୍ଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ଯାଇଛି । ତେବେ ଠିକାଦାରଙ୍କ ବେପରୁଆ ମନୋଭାବ ସହିତ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ କୌଣସି ସୁରକ୍ଷା କବଚ ଦିଆଯାଉ ନାହିଁ । ଫଳରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ବହୁ ଶ୍ରମିକ ଠିକାଦାର ମାନଙ୍କ ଦାୟିତ୍ୱ ହିନତା ପାଇଁ ଅକାଳରେ ଜୀବନ ହାରୁଛନ୍ତି । ଏଥିସହ ନାମକୁ ମାତ୍ର ଧାମରା ବନ୍ଦରରେ ପ୍ରତି ସପ୍ତାହରେ ବନ୍ଦର କର୍ତୁପକ୍ଷ କେବଳ ଲୋକ ଦେଖାଣିଆ ସୁରକ୍ଷା ପାଇଁ ମିଟିଂ କରି ଚାଲିଛନ୍ତି । ଏଥିପ୍ରତି ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ଆଜି ଦୁର୍ଘଟଣାରେ ସଂପୂର୍ଣ ଭାବରେ ଅକ୍ଷମ ହୋଇଥିବା ମାନସଙ୍କ ପରିବାରକୁ ୫୦ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ଭାରତୀୟ ମଜଦୁର ସଂଘ ଦାବୀ ଜଣାଇଛି ।