Odiapua.com

ଧାମରା ବନ୍ଦର(ଆଦାନୀ) ଆଗରେ ବନ୍ଦ ସଂପୂର୍ଣ ସଫଳ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରମ ବିରୋଧୀ ଶ୍ରମ କୋଡକୁ ପ୍ରତ୍ୟାହାର,କୃଷକ ବିରୋଧୀ କୃଷକ ଆଇନକୁ ପ୍ରତ୍ୟାହାର,ଆୟକର ଦେଉନଥିବା ଗରିବ ପରିବାରକୁ ମାସିକ ଚାଉଳ ଏବଂ ଆର୍ଥିକ ପ୍ରୋତ୍ସାହବ ରାଶି ପ୍ରଦାନ, ଗ୍ରାମାଂଚଳରେ ବର୍ଷକୁ ୨ଶହ ଦିନର କାମ,୫ଶହ ଟଙ୍କାର ମଜୁରୀ ମନରେଗାରେ ବ୍ୟବସ୍ଥା,ସହରାଂଚଳରେ ଶ୍ରମଜିବୀ ମାନଙ୍କ ଲାଗି ରୋଜଗାର ବ୍ୟବସ୍ଥା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଧାରୀଙ୍କ ମହଙ୍ଗା ଭତା ପ୍ରଦାନ କ୍ଷେତ୍ରରେ ଥିବା କଟକଣା ଉଠାଇବା, ବ୍ୟାଙ୍କ ,ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ, ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ,ନିର୍ମାଣ ଶ୍ରମିକଙ୍କୁ କରୋନା ସହୟତା ପ୍ରଦାନ ,ଅଙ୍ଗନବାଡି ଆଶା,ପାଚିକା ମାନଙ୍କୁ ସରକାରୀ ମାନ୍ୟତା ଦେବା ପ୍ରଭୃତି ଦାବୀରେ ଦିଆଯାଇଥିବା ବନ୍ଦ ଡାକରା ଆଜି ଧାମରା ବନ୍ଦର ଆଗରେ ସଂପୂର୍ଣ ଭାବରେ ସଫଳ ହୋଇଥିବା ଜଣାଯାଇଛି । ଏହି ବନ୍ଦ ଡାକରାରେ ସମସ୍ତ ଦଳପକ୍ଷରୁ ବହୁ ଦଳୀୟ କର୍ମୀଙ୍କ ସହ ସ୍ଥାନୀୟ ଜନସାଧାରଣ ଆସି ଧାମରା ବନ୍ଦର(ଆଦାନୀ) ଗେଟ ନଂ୧ ଏବଂ ଗେଟ ନଂ-୩ ଆଗରେ ବସି ମୋଦୀଙ୍କ ନୀତି ବିରୁଦ୍ଧରେ ନାରାବାଜି ଦେଇଥିଲେ ।ଏହି ବନ୍ଦ ସଂପୂର୍ଣ ଭାବରେ ଶାନ୍ତିପୂର୍ଣ ଥିବା ବେଳେ ଧାମରା ପୁଲିସ ଥାନା ପକ୍ଷରୁ ବନ୍ଦରାଂଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଆଜିର ଏହି ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାଯାଇଛି । ଆଜିର ଏହି ବନ୍ଦ ଡାକରାରେ ଆଦାନୀ ଗେଟ ଆଗରେ ହୋଇଥିବା ପିକେଟିଂରେ ଉଗ୍ରେସନ ମଢୁଆଳ,କାର୍ତିକ ଖିଲାର, ବଳଭଦ୍ର ଲେଙ୍କା,ତାରାକାନ୍ତ ସେଠୀ, ଗୌରାଙ୍ଗ ମିଶ୍ର,ମଳୟ ଭୋଇ, ପ୍ରଭୁରାମ ଜେନା,ମାଧବାନନ୍ଦ ଦାସ, ବିଜୟ ଜେନା, ସୁଶାନ୍ତ ଗିରୁି,ସଦେସ ଗିରି, ସତ୍ୟଗୋପାଳ ଗିରିଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିବା ବେଳେ ଏହିବନ୍ଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ।