Odiapua.com

ଧାମରା ବନ୍ଦର(ଆଦାନୀ)ର ମନମାନୀ, ଚନ୍ଦନୀପାଳରେ ମତ୍ସ୍ୟଜିବୀଙ୍କ ମେଳି, ଆଗାମୀ ଦିନରେ କର ବା ମର ପରିସ୍ଥିତି ପାଇଁ ଧାମରା ବନ୍ଦର କର୍ତୁପକ୍ଷ ଦାୟୀ ରହିବେ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରା ବନ୍ଦର (ଆଦାନୀ)ମନମାନୀରେ ମତ୍ସ୍ୟଜିବୀ ଙ୍କ ମେଳି । କେଉଁ ପରିସ୍ଥିତିରେ କର ଅବା ମର ପରିସ୍ଥିତି ସୃଷ୍ଟି ହେବ ଏବଂ ଏଥିପାଇଁ ଧାମରା ବନ୍ଦର କର୍ତୁପକ୍ଷ ଦାୟୀ ରହିବେ ବୋଲି ମତ୍ସ୍ୟଜିବୀ ସଂଘ ଚେତାବନୀ ଦେଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଚନ୍ଦନୀପାଳ ଠାରେ ଥିବା ସମସ୍ତ ମତ୍ସ୍ୟଜିବୀ ଚନ୍ଦନୀପାଳର ଉତର ଦିଗରେ ହେଉଥିବା ସିଲ୍ଟ କଟନ ଜାଲ ବିଛା କାର୍ଯ୍ୟ କୁ ବିରୋଧ କରି ଆସୁଛନ୍ତି। ଏହି ଜାଲକୁ ଧାମରା ବନ୍ଦର କର୍ତୁପକ୍ଷ ସମୁଦ୍ରରେ ବିଛାଉଥିବା ବେଳେ ବନ୍ଦର କର୍ତୁପକ୍ଷ ଙ୍କୁ ଏହି ଜାଲ ବିଛାଇଲେ ଏହାର ପରିଣାମ ସ୍ୱରୂପ ସମସ୍ତ ମତ୍ସ୍ୟଜିବୀଙ୍କ ବ୍ୟବସାୟ ସଂପୂର୍ଣ ବନ୍ଦ ହୋଇଯିବ। ଯଥା କୌଣସି ବୋଟ ସମୁଦ୍ରର ଉତର ଦିଗକୁ ମାଛ ମାରିବାକୁ ଯାଇ ପାରିବେ ନାହିଁ ଏଥିସହ ସମୁଦ୍ର କୂଳରେ ବେଢ ଜାଲ ବିଛାଉଥିବା ମତ୍ସ୍ୟଜିବୀ ମାନେ ମଧ୍ୟ କୂଳରେ କୌଣସି ଜାଲ ବିଛାଇ ମାଛ ଧରି ପାରିବେ ନାହିଁ। ଏହି ସିଲ୍ଟ କଟନ ଜାଲ ଦେଇ ପାଣି ମଧ୍ୟ ଯାଇ ପାରିବ ନାହିଁ ଫଳରେ ଧାମରା ବନ୍ଦର କର୍ତୁପକ୍ଷ( ଅଦାନୀ) ଏହି ଜାଲ ମାଧ୍ୟମରେ ଆଉ ଏକ ବନ୍ଧ ସୃଷ୍ଟି କରିବାକୁ ଯାଉଛନ୍ତି । ଫଳରେ ବୋଟ ମାଲିକ ଉତର ଦିଗକୁ ବୋଟ ମାଛ ଧରିବାକୁ ଯାଇ ପାରିବ ନାହିଁ ଅନ୍ୟ ପକ୍ଷରେ ଦକ୍ଷିଣ ଦିଗକୁ ଗଲେ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ବୋଟ ତଥା ଯନ୍ତ୍ରଚାଲିତ ଡଙ୍ଗା ଗୁଡିକର ଯାତାୟତ କୁ ସଂପୂର୍ଣ ବନ୍ଦ କରାଯାଇଛି।ଏହା ଫଳରେ ଧାମରା ଅଂଚଳରେ ଥିବା ୫ହଜାରରୁ ଉର୍ଦ୍ଧ ମତ୍ସ୍ୟଜିବୀଙ୍କ ପରିବାର ଜୀବନ ଜୀବିକା ବିପନ୍ନ ହୋଇ ପଡିବ। ଏହାକୁ ନେଇ ମତ୍ସ୍ୟଜିବୀ ମାନେ ଭଦ୍ରକ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ। ମାତ୍ର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେବା ପୂର୍ବରୁ ଧାମରା ବନ୍ଦର କର୍ତୁପକ୍ଷ ପୁନଶ୍ଚ ଆଜି ଏହି ସିଲ୍ଟ କଟନ ଜାଲ ସମୁଦ୍ରରେ ବିଛାଉଥିବା ବେଳେ ମତ୍ସ୍ୟଜିବୀ ମାନେ ଏହାକୁ ବିରୋଧ କରିଥିଲେ। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ଧାମରା ବନ୍ଦର କର୍ତୁପକ୍ଷ ମତ୍ସ୍ୟଜିବୀଙ୍କ ନେତା ମାନଙ୍କୁ ଧରି ଏହି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ମତ୍ସ୍ୟଜିବୀ ମାନେ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରା ନଗଲେ ଆଗାମୀ ଦିନରେ ହଜାର ହଜାର ମତ୍ସ୍ୟଜିବୀଙ୍କ ପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେବା ସହ ଆଜି ଧାମରା ବନ୍ଦର କର୍ତୁପକ୍ଷଙ୍କ ଏହି କାମକୁ ବନ୍ଦ କରି ଦେଇଥିଲେ। ତୁରନ୍ତ ଏହି ଜାଲ ବିଛା କାର୍ଯ୍ୟ ବନ୍ଦ କରା ନଗଲେ ଆଗାମୀ ଦିନରେ ଉଡାବାଲି, କନିକା ବାଲି କଲାମ ଦ୍ୱୀପ ସହ ଧାମରା ଅଂଚଳରେ ଥିବା ସମସ୍ତ ଦ୍ୱୀପ ପୁଞ୍ଜ ସମୁଦ୍ରରେ ବିଲୀନ ହୋଇ ଯିବ ବୋଲି ଅଂଚଳବାସୀ ଆଶଙ୍କା କରିଛନ୍ତି। ଆଜି ଧାମରା ବନ୍ଦରର ଏତାଦୃଶ କାର୍ଯ୍ୟକୁ ବନ୍ଦ କରିବା ସହ ଆଗାମୀ ଦିନରେ ମତ୍ସ୍ୟଜିବୀଙ୍କ ପରିବାର କୁ ସୁରକ୍ଷା ଦେବାପାଇଁ ହେମନ୍ତ ପାତ୍ର, ହର ବେରା, ଗୋପବନ୍ଧୁ ମାଝୀ, ସୁର ମାଝୀ, ଅନିଲ ଦାସ , ଅଲିନ ଦାସ ପ୍ରମୁଖ ଉପସ୍ଥିତ ରହି ଏହାକୁ ବିରୋଧ କରିବା ସହ ନ୍ୟାୟ ପାଇଁ ଦରକାର ହେଲେ ସେମାନେ ନ୍ୟାୟାଳୟକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି।