ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମରା ଠାରେ ସଞ୍ଜୀବ ପାତ୍ରଙ୍କ ସଭାପତିତ୍ୱରେ ଧାମରା ପୋର୍ଟ ୱାରର୍କସ ୟୁନୟନର ବାର୍ଷିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ଉଦ୍ଘାଟନ କରିଥିଲେ ସିଟୁ ନେତା ଦିବ୍ୟ ସିଂହ ନାୟକ । ସେ ତାଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ପୋରେଟ ସପକ୍ଷ ବାଦୀ ୪ଟି ଶ୍ରମ କୋଡ ବାତିଲ କରିବାକୁ,୧୦ରୁ ୧୨ଘଂଟିଆ ଶ୍ରମ ଦିବସ ନାମରେ ଶ୍ରମିକ ଶୋଷଣ ବିରୁଦ୍ଧରେ ଓ ମହିଳା ଶ୍ରମଜୀବୀ ମାନଙ୍କୁ ରାତି ରେ କାମ କରିବା ପାଇଁ ଆଣିଥିବା ଆଇନ୍ କୁ ପ୍ରତ୍ୟାହାର କରିବା ତଥା ସମାନ କାମକୁ ସମାନ ବେତନ ଦେବା ଓ ଶ୍ରମିକମାନଙ୍କ ୟୁନିଅନ୍ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ସଙ୍ଘ କୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ କାଳନ୍ଦୀ ପାତ୍ର, ମଳୟ ଭୋଇ , କାର୍ତିକ ଖିଲାର, ଶ୍ରମଜୀବୀ ସଂଗଠନ କୂ ସୁଦୃଢ଼ କରିବା ସହ ଦରଦାମ୍ ନିୟନ୍ତ୍ରଣ ନକରି, ଜୀ ଏସ ଟି ଲାଗୁ କରିବା ଓ କର ଖଜଣା ବୃଦ୍ଧି କରୁଥିବା ଓ ବୃହତ୍ ପୁଞ୍ଜିପତି ଓ କର୍ପୋରେଟ କମ୍ପାନୀ ମାନଙ୍କ ଲାଭପାଇଁ ଋଣ ଛାଡ କରୁଥିବାର ପ୍ରତିବାଦ କରି ବୃହତର ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ। ଏହୀ କାର୍ଯ୍ୟକ୍ରମ କୁ ଅଜୟ ଦାସ,ପ୍ରଫୁଲ୍ଲ ବାରିକ, ଦୀପକ ବେହେରା, ମୁନା ଘଡ଼େଇ, ରାଜେନ୍ଦ୍ର ପାତ୍ର, ମୁସ୍ତାକ ଅଲ୍ଲି, ଗୌରାଙ୍ଗ ଜେନା, ମନୋଜ ଜେନା, ଶୁଭ୍ରାଂଶୁ ଶେଖର ସାମଲ, ମନୋଜ ଦଳେଇ, ପ୍ରତାପ ଜେନା, ପ୍ରଦୀପ ନାୟକ, ଆଦି ସହସ୍ରାଧିକ ଶ୍ରମିକ, କର୍ମ ଚାରୀ ମାନେ ଏହି ସମ୍ମିଳନରେ ଯୋଗ ଦେଇ ଥିଲେ। ଆଗାମୀ ଦିନରେ ରେ ଶ୍ରମିକ କରଂଚରିମାନଙ୍କ ନ୍ୟାର୍ଯ୍ୟ ଦାବିପୂରଣ ପୂରଣ ନହେଲେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ୟୁନିୟନ ର ସାଧାରଣ ସମ୍ପାଦକ ସୁବ୍ରତ ସାମଲ ଚେତବନୀ ଦେଇଥିଲେ। ସିଟୁ ସହ ସାମିଲ ଧାମରା ପୋର୍ଟ ୱାକର୍ସ ୟୁନିୟନର ସମସ୍ତ କର୍ମୀ ମାନଙ୍କ ମଧ୍ୟରେ ଏକତାକୁ ଦୃଢ଼ କରି ଲଢେଇକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସିଆଇଟିୟୁ ନେତା ଦିବ୍ୟ ସିଂହ ନାୟକ।