Odiapua.com

ଧାମରା ପୋର୍ଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଅ, ନହେଲେ ୩ ମାସ ପରେ ପୁଣି ଆନ୍ଦୋଳନ -ସୁର ରାଉତରାୟ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମରାରେ ପୋର୍ଟ ହେଲା କିଏ ଚାଷ ଜମି ହରାଇଲା କିଏ ଭିଟାମାଟି ହରାଇଲା ଏବେବି ଅନେକ ଅଛନ୍ତି ବିସ୍ତାପିତ ବି ନିଯୁକ୍ତି ପାଇ ନାହାଂନ୍ତି ଜମି ଦେଇ ବି ଟଙ୍କା ପାଇ ନାହାଁନ୍ତି। ଆଶା ରଖିଥିଲେ ଚାକିରି ଖଣ୍ଡେ ମିଳିବ କିଛି ଦୁଃଖ ଦୂର ହେବ ସେସବୁ ସ୍ୱପ୍ନରେ ରହିଲା। ହଜାର ହଜାର ଯୁବକ ବେକାର ହୋଇ ବୁଲୁଛନ୍ତି ରାଜ୍ୟ ବାହାରୁ ଯୁବକ ମାନେ ଧାମରା କମ୍ପାନୀରେ ନିଯୁକ୍ତି ପାଉଛନ୍ତି। ଆଜି ଏହାର ପ୍ରତିବାଦ କରି ପୁର୍ବ ନିଦ୍ଧାରିତ ଅନୁଯାୟୀ ବନ୍ଦରର ମୁଖ୍ୟ ଫାଟକ ଅଊାଗରେ କଂଗ୍ରେସ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲା। ହଜାର ହଜାର କଂଗ୍ରେସ କର୍ମୀ ସ୍ଥାନୀୟ କଇଥଖୋଲା ଠାରୁ ଏକ ପ୍ରତିବାଦ ର‌୍ୟାଲିରେ ବାହାରି ପୋର୍ଟ ୩ନଂ ଗେଟ ଦେଇ ମୁଖ୍ୟ ଫାଟକ ନିକଟରେ ପହଁଚିଥିଲେ। ସେଠାରେ କମ୍ପାନୀ ବିରୁଦ୍ଧରେ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବରିଷ୍ଠ ନେତୃଗଣ ବର୍ଷଥିଲେ। ସ୍ଥାନୀୟ ଯୁବକଙ୍କୁ ସ୍ୱତନ୍ତ୍ର ଭିତିରେ ନିଯୁକ୍ତି, ପୋର୍ଟ ଆଖପାଖ ଗାଁକୁ ରାସ୍ତାଘାଟ ସହିତ ସଂପୂର୍ଣ୍ଣ ମୌଳିକ ସୁବିଧା, କୋଇଲା ଧୁଆଁରେ ପ୍ରଦ୍ରୃଷିତ ସାଙ୍ଗକୁ ଅତିଷ୍ଠ ହୋଇପଡୁଥିବା ସ୍ଥାନୀୟ ଲୋକଙ୍କ ସୁରକ୍ଷା, ଏକ ଉନ୍ନତମାନର ସ୍ୱାସ୍ଥ୍ୟକେନ୍ଦ୍ର ସହିତ ୧୫ ଦଫା ଦାବି ନେଇ ପ୍ରତିବାଦ କରିବା ସହିତ କମ୍ପାନୀ ଗେଟ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ।

ବିକ୍ଷୋଭକାରୀଙ୍କୁ ଆୟତ କରିବା ପାଇଁ ଦେଢଘଂଟା କାଳ ନାକେଦମ ହେବାକୁ ପଡିଥିଲା ପୋଲିସକୁ। ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବାକୁ ପଂହଁଚିଥିଲେ ଆଦାନୀ କମ୍ପାନୀର ଲୋକସର୍ମ୍ପକ ଅଧିକାରୀ ଶୁଭାଶିଷ ମିଶ୍ର ଓ ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ। ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଜଟଣି ବିଧାୟକ ସୁର ରାଉତରାୟ। କମ୍ପାନୀ କର୍ତଋପକ୍ଷ ଓ ଆନ୍ଦୋଳନକାରୀଙ୍କ ଆଲୋଚନାରେ ୩ ମାସ ଭିତରେ ଏହି ସବୁ ଦାବି ଗୁଡିକୁ ପୂରଣ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇ ତରବରିଆ ଭାବେ ପଳାଇଯାଉଥିବା ବେଳେ କିଛି ସମୟ ପାଇଁ ସେଠାରେ ଉତେଜନା ଦେଖାଦେଇଥିଲା। ପରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡେପୁଟି କଲେକ୍ଟର ଓ ଲୋକସର୍ମ୍ପକ ଅଧିକାରୀଙ୍କୁ କଡା ସୁରକ୍ଷା ବଳୟ ଭିତରେ ଗେଟ ଭିତରକୁ ନେଇଯାଇଥିଲେ। ତେବେ ୩ ମାସ ଭିତରେ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ ନ କଲେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ କମ୍ପାନୀକୁ ଅଚଳ କରାଯିବ ଓ ଭଦ୍ରକ ଜିଲ୍ଲା ନୁହେଁ ରାଜ୍ୟସ୍ତରୀୟ ନେତା ଆସି ଧାମରା ବନ୍ଦର ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବେ ବୋଲି କମ୍ପାନୀକୁ ଚେତାବନି ଦେଇଥିଲେ ସୁର ରାଉତରାୟ ପରେ ସ୍ଥାନୀୟ ପଡିଆରେ ଏକ ପ୍ରତିବାଦ ସଭା ଆରମ୍ଭ କରାଯାଇଥିଲା।

ସେଠାରେ କଂଗ୍ରେସର ଜିଲ୍ଲାସଭାପତି ସୁବ୍ରତ ଦ୍‌ାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସୁର ରାଉତରାୟ, ପୁର୍ବତନ ମନ୍ତ୍ରୀ ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ବାସୁଦେବପୁର କଂଗ୍ରେସ ନେତା ଅଶୋକ ଦାସ, ସତ୍ୟାନନ୍ଦ ରାଉତ, ଅମିୟ ମହାପାତ୍ର, ଦିଗନ୍ୱର ଦାସ, ମଧୁସ୍ମିତା ସେଠୀ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିମ ହାସିମ, ମନୋଜ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ନେତା ନଳିନୀ ମହାନ୍ତି, ଉମେଶ ମହାକୁଡ, ପୂର୍ଣ୍ଣମାଝୀ, ନରେନ୍ଦ୍ର ମାଇତି, ବ୍ଲକ ମହିଳା କଂଗ୍ରେସ ନେତ୍ରୀ ସୁଲୋଚନା ନାୟକ, ସୁରେନ୍ଦ୍ର ଜେନା, ନରହରି ମଲ୍ଲୀକ, ବିଜୟ ବେରା, ତାରକାନ୍ତ ସେଠୀ, ମଦନ ଦିନ୍ଦା, ବୈରିଗଞ୍ଜନ ସାମଲ, ପ୍ରଫୁଲ୍ଲ ନାୟକ ସମେତ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଏ ଅଂଚଳରେ ଲୋକମାନଙ୍କୁ କିପରି ଉପେକ୍ଷିତ କରିଛନ୍ତି ସେ ନେଇ ବିସୃତ ଆଲୋଚନା କରିବା ସହିତ ଧାମରା ପୋର୍ଟ ଜାନକୀବହ୍ଲବ ପଟ୍ଟନାୟକଙ୍କର ସ୍ୱପ୍ନ ଥିଲା। ଜାଣିଶୁଣି କମ୍ପାନୀ କର୍ତ୍ତୃପକ୍ଷ ଦଳୀୟ ଭିତିରେ ନିଯୁକ୍ତି ଦେଉଛନ୍ତି କଂଗ୍ରେସକୁ ଅଣଦେଖା କରୁଛନ୍ତି ଏହାର ଜବାବ ଦିଆଯିବ ସୁଖ ଦୁଃଖରେ କଂଗ୍ରେସ ଦଳ ଆପଣଙ୍କ ସହିତ ଅଛି ବୋଲି ବରିଷ୍ଠ ନେତାମାନେ କର୍ମୀମାନଙ୍କୁ ଆସ୍ୱସନା ଦେଇଥିଲେ। ଅଊନ୍ୟ ପଟରେ ଶାନ୍ତିଶୃଖଳା ରକ୍ଷା କରିବା ପାଇଁ ଜଣେ ମାଜଷ୍ଟ୍ରେଟ, ଜଣେ ଏସଡିପିଓ, ୨ଜଣ ଇନିସପେକ୍ଟର, ୨ଜଣ ସବ ଇନିସପେକ୍ଟର ସହିତ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।