Odiapua.com

ଧାମରା ଦୁର୍ଘଟଣାରେ ମୃତ ଛାତ୍ର ପରିବାରକୁ ୧୨ଲକ୍ଷ କ୍ଷତିପୂରଣ, ଅର୍ଥ ରାଶି ନେବାକୁ ମନାକରିଦେଲେ ମୃତକଙ୍କ ପରିବାର

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଗତକାଲି ଏକ ସଡକ ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ଘଟିଥିଲା । ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ସନ୍ଧ୍ୟାରେ ଦୁର୍ଘଟଣା ଘଟାଇ ଥିବା ଏଷ୍ଟିଲା କମ୍ପାନୀ କର୍ତ୍ତୃପକ୍ଷଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ମୃତକ ପରିବାର ଏକତ୍ରିତ ହୋଇ ଏହାର ଆଶୁ ସମାଧାନ କରିବା ପାଇଁ ଚାହିଁଥିଲେ ।ଏହି ବୈଠକରେ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ସ୍ଥାନୀୟ ଲୋକେ ଅଡି ବସିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଶେଷରେ ୧୨ଲକ୍ଷ ଟଙ୍କା ଦେବେ ବୋଲି ସମ୍ମିତି ପ୍ରକାଶ କରିବା ସହ ଦୁର୍ଘଟଣା ଘଟାଇଥିବା ବସର ଦୁର୍ଘଟଣା ବୀମା ରାଶି ମଧ୍ୟ ସଂପୃକ୍ତ ଛାତ୍ରଙ୍କ ପରିବାରକୁ ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରତି ଦେଇଥିଲେ । । ଏହି ସମସ୍ତ କ୍ଷତିପୂରଣ ମୃତ ଛାତ୍ର ରାକେଶଙ୍କ ବାପା ନେବାକୁ ମନା କରି ଦେଇଥିଲେ । ଏଥି ସହ ପୁଅର ସ୍ମୃତି ପାଇଁ ସେ ସମସ୍ତ ରାଶି ନେତୃବୃନ୍ଦଙ୍କ ହାତରେ ଅର୍ପଣ କରି ଏହି ଅର୍ଥରାଶିକୁ ନେଇ ଏକ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଇଛା ପ୍ରକାଶ କରିଥିଲେ ।