Odiapua.com

ଧାମରା – ତାଲା ବନ୍ଦରେ ମଦ ବେପାରୀ ସକ୍ରିୟ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋବିଡ ସମୟରେ ସଂକ୍ରମଣ ରୋକିବା ପାଇଁ ସରକାର ପକ୍ଷରୁ ସପ୍ତାହନ୍ତ ବନ୍ଦ ଓ ତାଲାବନ୍ଦ ଘୋଷଣା କରାଯିବା ପରେ ମଧ୍ୟ ମଦ ବେପାରୀ ସକ୍ରିୟ ହୋଇ ଉଠିଛନ୍ତି । ଧାମରା,ଦୋସିଙ୍ଗା,କଇଥଖୋଲା,କରଞ୍ଜମାଳ ଠାରେ ଥିବା ମଦବାର ଏବଂ ଠିପିବନ୍ଦ ବିଦେଶୀ ମଦ ଦୋକାନ ଗୁଡିକୁ ଅବକାରୀ ବିଭାଗ ସିଲ କରିଥିବା ବେଳେ ଏହି ମଦ ଦୋକାନୀ ମାନେ ଚୋରା ମଦ ବେପାର ଉପରେ ବେଶୀ ନଜର ଦେବା ସହ ନିଜର ଲୋକ ମାନଙ୍କୁ ଚୋରା ମଦ ବେପାରେ ନିୟୋଜିତ କରିଛନ୍ତି । ଏହି ମଦ ବେପାରୀ ମାନଙ୍କର ମଦ ଦୋକାନ ସିଲ ହେବା ପୂର୍ବରୁ ସେମାନେ ବିପୁଳ ପରିମାଣର ମଦ ଆଣି ନିଜ ଘରେ ରଖିବା ସହ ବାଇକରେ ବୁଲି ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହି ମଦ ବେପାରୀ ଦିନରେ ଖୁଲମଖୁଲା ମଦ ବେପାର କରୁଥିବା ବେଳେ ସେମାନଙ୍କ ବେପାରକୁ ରୋକ ଲଗାଇବାକୁ ପ୍ରଶାସନିକ ତୟାର ନଥିବା ଜଣାଯାଇଛି । ଅପର ପକ୍ଷରେ ସର୍ବସାଧାରଣ ସ୍ଥାନ ମାନଙ୍କରେ ପୁଲିସ ଏବଂ ତହସିଲ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ ଜାରୀ ରହିଥିବା ବେଳେ ମଦ ବେପାରଙ୍କୁ ଏଥିରୁ ବାଦ ଦିଆଯାଇଛି । କେଉଁ ପରିସ୍ଥିତିରେ ଏମାନଙ୍କୁ ବାଦ ଦିଆଯାଇଛି ସେଥିପ୍ରତି ସର୍ବସାଧାରଣ ଅଙ୍ଗୁଳି ନିର୍ଦେଶ କରୁଛନ୍ତି ।ଚୋରା ମଦ ବେପାରୀଙ୍କ ପାଖରେ ମଦ କିଣିବା ପାଇଁ ବହୁ ଲୋକଙ୍କ ସମାଗମ ହେଉଥିବା ବେଳେ ସେହି ସ୍ଥାନରୁ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଛି ବୋଲି ସର୍ବସାଧାରଣ ଦାବୀ କରୁଥିବା ବେଳେ ଅବକାରୀ ବିଭାଗ କୌଣସି ସମୟରେ ଚଢାଉ କରୁ ନଥିବା ମଧ୍ୟ ଅଭିଯୋଗ ହୋଇଛି ।ଧାମରା,ଦୋସିଙ୍ଗା ଚନ୍ଦନୀପାଳ ଅଂଚଳରେ ପାନ ଦୋକାନ ରେ ଖୁଲମ ଖୁଲା ମଦ ବୋପାର ହେଉଥିବା ବେଳେ ତୁରନ୍ତ ଏହି ଚୋରା ମଦ ବେପାରୀଙ୍କ ଧରିବା ସହ ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।