Odiapua.com

ଧାମରା – ତଟ ସୁରକ୍ଷା ସାଗରଭ୍ୟାସ ସାଗର କବଚ-୦୧/୨୫ ଆରମ୍ଭ, ପ୍ରଥମ ଦିନରେ ୩ ଗୁପ୍ତଚର ଠାବ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୨୦୧୧ ମସିହା ନଭେମ୍ବର ୨୬ତାରିଖ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ର କୌଶଳ କୁ ନେଇ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗରଭ୍ୟାସ ସାଗର କବଚ୦୧/୨୦୨୫। ପଶ୍ଚିମ ବଙ୍ଗ ଏବଂ ଓଡିଶା ରାଜ୍ୟ ମିଳିତ ଉଦ୍ୟମରେ ଏହି ସାଗରଭ୍ୟାସ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରେ ଆରମ୍ଭ ହୋଇଛି। ଧାମରା ମାଛଧରା ଜେଟୀ, ଧାମରା ବନ୍ଦର ,କାଳିନାଳୀ ଜେଟୀ ,କସିଆ ମାଛଧର ଜେଟୀ ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟ ଠାରେ ପୁଲିସ ପ୍ରଶାସନ ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ ହୋଇଥିବା ବେଳେ ଧାମରା ମେରାଇନର ଟେକନିକାଲ ଷ୍ଠାଫ ଧାମରା ମେରାଇନ ଥାନାର ଜଣେ ଅଫିସରଙ୍କ ସହ ସମୁଦ୍ରରେ ପଇଁତରା କାର୍ଯ୍ୟମଧ୍ୟ ଆରମ୍ଭ ହୋଇଛି। ଏହି ସମରାଭ୍ୟାସ ମାଧ୍ୟମରେ କିପରି ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ସହ ଓଡିଶା ର ଉପକୂଳରେ ରହି ବହୁ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଧରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ସମରାଭ୍ୟାସରେ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରା ମତ୍ସ୍ୟପୋତାଶ୍ରୟ,ଚନ୍ଦନୀପାଳ,କରଞମାଳ, ବାଲିମୁଣ୍ଡା ,କସିଆ ,ଚୁଡାମଣୀ ଜେଟି,ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଧା ପୋ୍‌ଷାକରେ ପହରା ଦେଇଥାନ୍ତି।ଯଦି ଗୁପ୍ତଚର ମାନେ(ବ୍ଲୁ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଧା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ଜଣ ଇନ୍ସପେକ୍ଟର, ୯ଜଣ ଏଏସଆଇ, ୪୦ଜଣ ଫୋର୍ସ ୧୪ଜଣ ସାଗର ମିତ୍ର ସାମିଲ ଥିବା ବେଳେ ୧୧ଜଣ ଟେକନିକାଲ ଷ୍ଟାଫ ଏବଂ ସମୁଦ୍ର ବିଶେଷରେ ଏକ ୧୨ଟନ ବିଶିଷ୍ଟ ସ୍ପିଡ ବୋଟ ମଧ୍ୟ ସାମିଲ ହୋଇଛି।ଆଜି ଏହି ସୁରକ୍ଷାଭ୍ୟାସ ସାଗର କବଚ ଚାଲିଥିବା ବେଳେ ୩ଜଣ ଗୁପ୍ତଚରଙ୍କୁ ଧରିବାରେ ପୁଲିସ ପ୍ରଶାସନ ସଫଳ ହୋଇଥିବା ବେଳେ ସେମାନଙ୍କୁ ଧରିବା ପରେ ଧାମରା ସାମୁଦ୍ରିକ ଥାନାକୁ ଆଣିବା ପରେ ସେମାନଙ୍କ ସମସ୍ତ କାଗଜାତ ଯାଂଚ କରିବା ପରେ ସେମାନଙ୍କୁ ଛାଡି ଦିଆ ଯାଇଥିବା ଜଣା ଯାଇଛି।