Odiapua.com

ଧାମରା ଜୋନରେ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଉତ୍ସବ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ନିକଟସ୍ଥ କଇଥଖୋଲା ଠାରେ ଧାମରା ଜୋନ ସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କଇଥଖୋଲା ଠାରେ ଥିବା ୩ଟି ବିଦ୍ୟାଳୟ ଖେଳ ପଡିଆରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ ଉତ୍ସବ ଆରମ୍ଭ ହୋଇଥିଲା। ଏହି ଖେଳରେ ଧାମରା ଜୋନର ୪ଟି କ୍ଲଷ୍ଟରରେ ଥିବା ୩୧ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୫୦ଜଣ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ଖେଳକୁଦରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଉଦଘାଟନୀ ଏବଂ ଉଦଯାପନୀ ଉତ୍ସବ ପ୍ରାରମ୍ଭରେ ଏସ ସି ମାନ୍ନା ଉପ୍ରା ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ନୃତ୍ୟ କରିବା ପରେ ଧାମରା ଜୋନର ସଭାପତି ଟୁନା ମହାଳିକଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ, ନିମନ୍ତ୍ରିତ ଅତିଥି ଭାବେ ଅନୁପ କୁମାର ଦାସ, ପ୍ରେମାନନ୍ଦ ମିଶ୍ର, ଲକ୍ଷ୍ମୀଧର ବେହେରା, ରେବତୀକାନ୍ତ ବେହେରା, ଶ୍ରୀ ଧର ସ୍ୱାଇଁ, ସର୍ବେଶ୍ୱର ପାଢୀ,ଶ୍ରୀ ନାଥ ଦାସ, ମାମିନା ଭୂୟାଁ, ଅଞ୍ଜଳି ବଳ ଏବଂ ଜୋନାଲ କ୍ରୀଡା ସଂପାଦକ ରାମଚନ୍ଦ୍ର ମାରାଣ୍ଡି ଯୋଗ ଦେଇଥିଲେ। ଅନୁପ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମଚନ୍ଦ୍ର ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।