Odiapua.com

ଧାମରା- ଜାମୁଝାଡି ରାସ୍ତା ସଂପ୍ରସାରଣକୁ ନେଇ କରଞ୍ଜମାଳ ଏବଂ କଇଥଖୋଲାରେ ଦୋକାନୀ ଉଛେଦ ପାଇଁ ନୋଟିସ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା –ଜାମୁଝାଡି ରାସ୍ତା ସଂପ୍ରସାରଣକୁ ନେଇ ଭଦ୍ରକ ଜିଲ୍ଲାପାଳ ସରକାରୀ ଜମିରେ ଦୋକାନ କରିଥିବା ଦୋକାନୀ ମାନଙ୍କୁ ନୋଟିସ ଜାରୀ କରିଛନ୍ତି । ଖବରରୁ ପ୍ରକାଶ ଏହି ରାସ୍ତା ନିର୍ମାଣ ଚାଲିଥିବା ବେଳେ କରଞ୍ଜମାଳ,କଇଥଖୋଲା ଠାରେ ବହୁ ଦୋକାନୀ ସରକାରୀ ଜାଗାକୁ ନିଜ ଅକ୍ତିଆରକୁ ନେଇ ଜିବୀକା ନିର୍ବାହ କରି ଆସୁଥିଲେ । ଚାନ୍ଦବାଲି ତହସିଲଦାର ସେମାନଙ୍କୁ ଏହି ସରକାରୀ ସ୍ଥାନକୁ ଛାଡିବା ପାଇଁ ନିର୍ଦେଶ ଦେବାପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା । ଭଦ୍ରକ ଜିଲ୍ଲାପାଳ ଏହି ରାସ୍ତା ସଂପ୍ରସାରଣକୁ ନେଇ ଚାନ୍ଦବାଲି ତହସିଲଦାରଙ୍କୁ କରଞମାଳ ଏବଂ କଇଥଖୋଲା ଠାରେ ସରକାରୀ ସ୍ଥାନ ମାନଙ୍କରେ ଥିବା ଉଠା ଦୋକାନୀ ମାନଙ୍କୁ ଖୁବଶୀଘ୍ର ଏହି ସ୍ଥାନ ଛାଡିବା ପାଇଁ ନୋଟିସ ଦେବାକୁ ଆଦେଶ ଦେଇଥିଲେ । ଆଜି ଚାନ୍ଦବାଲି ତହସିଲଦାରଙ୍କ ତରଫରୁ ଆସନ୍ତା ୧୨ତାରିଖ ଦିନ କରଞ୍ଜମାଳ ବଜାର ଏବଂ ୧୩ ତାରିଖ ଦିନ କଇଥଖୋଲା ବଜାର ଠାରେ ରାସ୍ତା ସଂପ୍ରସାରଣ ହେବା ପାଇଁ ଦରକାର ପଡୁଥିବା ସ୍ଥାନ ମାନଙ୍କୁ ବେଦଖଲ ମୁକ୍ତ କରିବା ପାଇଁ ଡେଙ୍ଗୁରା ପିଟି ଜନସାଧାରଣଙ୍କୁ ସଚେତନ କରିବା ସହ ଡାକବାଜିଯନ୍ତ୍ର ସାହାଯ୍ୟରେ ଏହି ଅଂଚଳକୁ ଦଖଲ ମୁକ୍ତ ରଖିବା ଜରୁରୀ ବୋଲି ଆଦେଶ ଦେଇଛନ୍ତି ।