Odiapua.com

ଧାମରା-ଜାମୁଝାଡି ରାସ୍ତାରେ ଟ୍ରକ ଟିପ୍ପର ବେଆଇନ ପାର୍କିଂ ଯୋଗୁ ୬ଘଂଟା ଯାତାୟତ ବନ୍ଦ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ବେଆଇନ ଟ୍ରକ, ଟିପ୍ପର ଏବଂ ହାଇଓାର ବେଆଇନ ପାର୍କିଂ ଯୋଗୁ ଆଜି ଏହି ରାସ୍ତାରେ ଗାଡି ଚଳାଚଳ ଭୋର ୪ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଫଳରେ ଆଜି ସକାଳ ସମୟରେ ଧାମରାରୁ ଦୈନଦିନ ଯାତାୟତ କରୁଥିବା କଟକ,ଭୁବନେଶ୍ୱର, ବାଲେଶ୍ୱର,କୋଲକାତା ଏବଂ କାନ୍ଥି ବସ ଗୁଡିକ ନିଜର ଗନ୍ତବ୍ୟ ସ୍ଥାନକୁ ଯାଇ ନପାରି ଫେରି ଆସିଥିଲା । ପ୍ରାପ୍ତ ଖବର ଅନୁୁୁୁୁୁୁୁୁୁୁୁୁୁୁୁୁୁୁୁୁଯାୟୀ ଦୈନଦିନ ଶହ ଶହ ସଂଖ୍ୟାରେ ଟ୍ରକ ଟିପ୍ପର ଯାତାୟତ କରୁଥିବା ବେଳେ ସେମାନଙ୍କ ପାଇଁ ପାକିଂର ସୁବିଧା ନାହିଁ ଏଥିସହ ଗୋଟିଏ ପଟରେ ସେମାନେ ଲମ୍ବା ଲାଇନରେ ରହୁଥିବା ବେଳେ ଆଗେ କିଏ ନିିିିିିିିିିିିିିିିିିିଜ ଗାଡି ଅନଲୋଡ କରିବ ସେ ନେଇ ପ୍ରତିଦ୍ୱନ୍ଦିତା ଲାଗିବା ଫଳରେ ଗତକାଲି ବିଳମ୍ବିତ ରାତିରୁ କରଞ୍ଜମାଳ ଠାରେ ଧାମରା-ଜାମୁଝାଡି ରାସ୍ତା ଜାମ ହୋଇ ଯାଇଥିଲା । ଫଳରେ ଆଜି ଭୋର ୪ଟା ବେଳେ ଭୂବନେଶ୍ୱର, କଟକ,କୋଲକାତା,କାନ୍ଥି ଆଦି ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ ଗୁଡିକ ଯାତ୍ରା ନକରି ପାରି ଧାମରା ଫେରି ଆସିଥିଲେ । ପରେ ଦିନ ୧୦ଟା ସମୟରେ ଏହି ଜାମ ହଟିବା ପରେ ଅନ୍ୟ ଯାତ୍ରିବାହୀ ବସ ଗୁଡିକ ନିଜ ପଥରେ ଯାତ୍ରା କରିଥିଲେ । ଏହି ଅସୁବିଧାର ସୁଧାର ଆଣିବାକୁ କେହି ଆଗଭର ନୁହନ୍ତି । ଗୋଟିଏ ପଟରେ ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ପକ୍ଷରେ ଧାମରା ବନ୍ଦର କିଏ ଏହି ଟ୍ରକ ଟିପ୍ପର ଗୁଡିକୁ ଶୃଙ୍ଖଳିତ କରି ଠିକଣା ସ୍ଥାନରେ ଲଗାଇବ ତାହା ଅଂଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।