Odiapua.com

ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି । ଗତ ୧ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ତାରିଖ ଦିନ ଉଦଯାପିତ ହେବ ବୋଲି ଜଣାଯାଇଛି । ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ଏନଏସ ଏସ ପକ୍ଷରୁ ଏହି ସପ୍ତାହ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଧାମରା ,ଜାଗୁଳା ପଂଚାୟତ ଅତିକ୍ରମା କରି ଧାମରା ବସଷ୍ଟାଣ୍ଡ ଏବଂ ସମସ୍ତ ପେଟ୍ରୋଲ ପମ୍ପ ଠାରେ ଏହି ସଡକ ସୁରକ୍ଷା ବାବଦରେ ସମସ୍ତ ଜନସାଧାରଣ ଏବଂ ବାଇକ ଆରୋହୀଙ୍କୁ କିପରି ସଡକ ସୁରକ୍ଷା ମାନିଲେ ଆମ୍ଭେ ନିରାପଦରେ ନିଜ ଘରେ ପହଂଚିପାରିବା ଏବଂ ସମସ୍ ସୁରକ୍ଷା ବଳୟ ଭିତରେ ବାଇକ ଚାଳକ କିପରି ବାଇକ ଚଳାଇବା ଦରକାର ସେ ବିଷୟରେ ଅବଗତ କରାଇଥିଲେ । ବାଇକ ଆରୋହୀ ମାନେ ହେଲେମେଟ ପିନ୍ଧି ଯାତ୍ରା କରୁଥିବାରୁ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ଭାଷଣ କରୁଥିବା ବେଳେ ବିନା ହେଲେମେଟରେ ଯାତ୍ରା କରୁଥିବା ବାଇକ ଚାଳକ ଏବଂ ଆରୋହୀ ମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ ସହ ବାଇକ ଚଳାଇବାକୁ ଉପଦେଶ ଦେଇଥିଲେ । ବିନା ହେଲେମେଟରେ କୌଣସି ବାଇକ ଆରୋହୀ ଙ୍କୁ ପଟ୍ରୋଲ ନଦେବାକୁ ସମସ୍ତ ପେଟ୍ରୋଲପମ୍ପ ମାଲିକ ଅବଗତ କରାଇଥିଲେ । ଗତ ୧ତାରିଖ ରୁ ଏହି ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ଅଧ୍ୟକ୍ଷତା କରୁଥିବା ବେଳେ ଏନଏସଏସର ଦାୟିତ୍ୱରେ ଥିବା ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋରଞନ ମଲିକ ,ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ବିଜୟ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଞନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରିଥିଲେ ।